ଭୁବନେଶ୍ବର :  (ସଞ୍ଜୟ ମହାନ୍ତି )ବର୍ତମାନ ସାମାଜିକ ଗଣ ମାଧ୍ୟମ ତାର କାୟା ବିସ୍ତାର କରୁଥିବା ବେଳେ ତାର ସୁଯୋଗ ନେଇ କିଛି ଅସମାଜିକ ବ୍ୟକ୍ତି ତାର ଦୁରୂପଯୋଗ କରି ବିଶିଷ୍ଟ ଲୋକ ଓ ନେତା ଙ୍କ ଚରିତ୍ର ସଂହାର କରିବାରେ ଲାଗିଛନ୍ତି। ସେଇଭଳି ଭାବେ ରାଜନୈତିକ ଉଦେଶ୍ୟ ରଖି କିଛି ଗଣ ମାଧ୍ୟମ ମଧ୍ୟ ଏଥିରି=ଉ ନିବୃତ ହେଉନାହାନ୍ତି । ଏହା ଦ୍ବାରା ଓଡ଼ିଶା ରେ କାର୍ଯ୍ୟରତ ଉଚ୍ଚସ୍ତରିୟ ସରକାରୀ କର୍ମଚାରୀ ମଧ୍ୟ ଶିକାର ହେବାର ଦେଖିବାକୁ ମିଳୁଛି। କିନ୍ତୁ ଏବେ ଅଦାଲତର ନିର୍ଦେଶ ପରେ ଏଥିରେ ରୋକ ଲାଗିବା ଏକ ପ୍ରକାର ନିଶ୍ଚିତ ହେଇଯାଇଛି।

ନିକଟ ରେ ଭିତରକନିକା ନିକଟରେ ଥିବା ହୋଟେଲ ସ୍ଵାଦ ବିରୁଦ୍ଧରେ ଲଗାତର ଭାବେ ମିଛ ଖବର ପରିବେଷଣ ଉପରେ ମାନ୍ୟବର ଅଦାଲତ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି। ଅର୍ଗସ ନ୍ୟୁଜ ଚ୍ୟାନେଲ ସ୍ବାଦ ହୋଟେଲ ଓ ତାଙ୍କର ରେପ୍ୟୁଟେସନ ଉପରେ ମିଛ ଖବର ପ୍ରସାରଣ ଉପରେ ମାନ୍ୟବର ସିଭିଲ ଜଜ୍ ସିନିୟର ଡିଭିଜନ ପଟ୍ଟାମୁଣ୍ଡାଇ ପକ୍ଷରୁ ନିଷେଦ୍ଧାଜ୍ଞା ଜାରି କରାଯାଇଛି। ବଲେ ବଲେ ପରେ ହୋଟେଲ ସ୍ଵାଦ, ଆଉଜଣେ ବିଜେଡି ବିଧାୟକ ଧ୍ରୁବ ସାହୁ ହୋଟେଲରେ ବଡି ମସାଜ, ସୁରାପାନ ଓ ଦେହ ବ୍ୟବସାୟ ଚାଲିଥିବା ନେଇ ଏକ ଚାନେଲ ରେ  ଖବର ପ୍ରସାରଣ କରାଯାଇଥିଲା। ଏହି ହୋଟେଲ ବିଧାୟକ ଧ୍ରୁବ ସାହୁଙ୍କର ନୁହେଁ, ଏଥିରେ ତାଙ୍କର କୌଣସି ସଂପୃକ୍ତି ନାହିଁ, ହୋଟେଲ ମୋ ସ୍ଵାମୀଙ୍କ ନାଁରେ ଥିବା ସ୍ଥିତିବାନ ସତ୍ଵରେ ନିର୍ମାଣ ହୋଇଛି । ହୋଟେଲରେ ନିୟମିତ ଜିଏସଟି ଦିଆଯାଉଥିବା ବେଳେ ଫୁଡ ଲାଇସେନ୍ସ ସମସ୍ତ କାଗଜ ପତ୍ର ଠିକ୍ ରହିଛି।

ଅର୍ଗସ ନ୍ୟୁଜ ଚ୍ୟାନେଲ ମିଛ ଖବର ପ୍ରସାରଣ କରି ହୋଟେଲର ଓ ମୋର, ମୋ ସ୍ଵାମୀ ଏବଂ ମୋ ପରିବାର ସଦସ୍ୟଙ୍କର ସମ୍ମାନହାନୀ କରୁଥିବା ନେଇ ହୋଟେଲ ମାଲିକାଣି ପୁଷ୍ପଲତା ସ୍ଵାଇଁ ମାନ୍ୟବର ସିଭିଲ ଜଜ୍ ସିନିୟର ଡି ଭିଜନ, ପଟ୍ଟାମୁଣ୍ଡାଇଙ୍କ ଦ୍ୱାରସ୍ତ ହୋଇଥିଲେ। ମାନ୍ୟବର କୋର୍ଟରେ ସି ଏସ୍ ନଂ ୨୧୫/୨୪ ସହିତ ମଧ୍ୟବର୍ତୀକାଳୀନ ଦରଖାସ୍ତ (ଇଂଟରିମ ଆପ୍ଲିକେସନ) ୧୭୬/୨୪ରେ ଦର୍ଶାଇଥିଲେ ।

ଅର୍ଗସ ନ୍ୟୁଜର କେନ୍ଦ୍ରାପଡା ଜିଲ୍ଲା ରିପୋର୍ଟର ପ୍ରଭାତ ଲେଙ୍କା, ଆସୋସିଏଟ ଏଡିଟର ଦୁର୍ଗାଶିଷ ସିସ୍ ଓ ତାଙ୍କର ସହଯୋଗୀ ବିକ୍ରମ ବାରିକଙ୍କ ନାଁରେ ମାନ୍ୟବର କୋର୍ଟରେ ୧ କୋଟି ଟଙ୍କାର ମାନହାନୀ ଓ କ୍ଷତିପୂରଣ ମୋକଦ୍ଦମା କରିଥିଲେ। ମାନ୍ୟବର ନ୍ୟାୟାଳୟ ଏହି ଆବେଦନ ଗ୍ରହଣ କରିବା ସହ ହୋଟେଲ ଓ ତାଙ୍କର ରେପୁଟେସନ ଖରାପ ଅର୍ଗସ ନ୍ୟୁଜ କରିପାରିବ ନାହିଁ । ଅର୍ଗସ ନ୍ୟୁଜର କେନ୍ଦ୍ରାପଡା ଜିଲ୍ଲା ରିପୋର୍ଟର ପ୍ରଭାତ ଲେଙ୍କାଙ୍କୁ ମାନ୍ୟବର କୋର୍ଟ ତରଫରୁ ହୋଟେଲ ସଂପର୍କରେ ମିଛ ଖବର ପରିବେଷଣ ଉପରେ ନିଷେଦ୍ଧାଜ୍ଞା ଜାରି କରାଯାଇଛି। ଏଥିସହ ୨୭ ଜୁଲାଇରେ ହାଜର ହୋଇ ତାଙ୍କର ପକ୍ଷ ରଖୁବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜିବୀ ଭୀମସେନ ଭୂୟାଁ ଓ ତାଙ୍କ ସହଯୋଗୀ ଅର୍ପିତା ସ୍ଵାଇଁ, ଅରୂପ ପାତ୍ର, ଦେବଦତ ସେଠୀ ପ୍ରମୁଖ ମାମଲା ପରିଚାଳନା କରିଥିଲେ ।

ନିକଟ ରେ ବିଜେଡିର ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବଦନାମ କରିବା ପାଇଁ ଉଦ୍ୟମ ହେଇଥିଲା । ପ୍ରଣବ ପ୍ରକାଶ ରହୁଥିବା ସରକାରୀ ବାସଭବନ ଓ ନିଜ ନିର୍ବାଚନ ମଣ୍ଡଳୀ ରେ ଥିବା କୁସୁମା ପାର୍କ କୁ ନେଇ ଗଣମାଧ୍ୟମରେ ଘନଘନ ଖବର ପ୍ରସାରଣ ଚାଲିଥିଲା । ପ୍ରଣବ ପ୍ରକାଶ ଦାସ ରହୁଥିବା ବାସଭବନରେ ନିଜ ଆବଶ୍ୟକତା ଅନୁସାରେ କିଛି ପରିବର୍ତ୍ତନ କରିବା ସହ ଅସ୍ଥାୟୀ ସଂପ୍ରସାରଣ କରିଥିଲେ। ମାତ୍ର କିଛି ଗଣ ମାଧ୍ୟମ ତାକୁ ଅତି ରଞ୍ଜିତ କରି ଦେଖାଇ ପ୍ରଣବ ପ୍ରକାଶ ଦାସଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରିଥିଲେ।