ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ ) ଆଜି ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟିରେ ଶ୍ରୀ ଯୁକ୍ତ ଶାନ୍ତନୁ କୁମାର ପ୍ରଧାନ, ପୂର୍ବତନ ବିଧାୟକ ପ୍ରାର୍ଥୀ ୨୦୦୯ ମସିହା ର ପୁନଶ୍ଚ ବିଜେପି ଦଳକୁ ପ୍ରତ୍ୟାବର୍ତ୍ତନ କରି ବିଧିବଦ୍ଧ ଭାବେ ଦଳରେ ଯୋଗଦାନ କରିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ନୀତି ଆଦର୍ଶ ଉପରେ ଗଭୀର ବିଶ୍ୱାସ ରଖି ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ଦଳର ଉପସଭାପତି ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ , ସାଧାରଣ ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ, ନଗର ମଣ୍ଡଳ ସଭାପତି ଶ୍ରୀ ରାଜକୁମାର ମେହେର, ଜିଲ୍ଲା ବିଜେପି ର କୋଷାଧ୍ୟକ୍ଷ ଶ୍ରୀ ନିରଞ୍ଜନ ଦାନୀ ଙ୍କ ସହିତ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଧନା ପ୍ରଦାନ କରିଥିଲେ।