ବୌଦ୍ଧ 13/7(ଚିତ୍ତ ରଂଜନ ସିଂ )ସରକାର ବିଭିନ୍ନ କ୍ଷେତ୍ର ରେ ରାଜସ୍ୱ ପାଉଥିବା ବେଳେ ବିଶେଷକରି ଅବକାରୀ ବିଭାଗ ପକ୍ଷରୁ ସବୁଠାରୁ ଅତ୍ୟଧିକ ରାଜସ୍ୱ ଆୟ ହେଉଥିବା ଜଣାଯାଏ l ଏହାର ସୁପରିଚାଳନା ଓ ତଦାରଖ ପାଇଁ ସରକାର ଜିଲ୍ଲାରେ ରଖିଛନ୍ତି ଅବକାରି କର୍ମଚାରୀ l କିନ୍ତୁ ବାସ୍ତବ କ୍ଷେତ୍ର ରେ ଦେଖିବାକୁ ଗଲେ ରକ୍ଷକ ଭକ୍ଷକ ସାଜିଲା ପରି ସବୁ ଜାଣି ଅଜଣା ସାଜିଛି ବୌଦ୍ଧ ଅବକାରୀ l

ଯାହାଫଳରେ ମଦ ପିଉଥିବାଗ୍ରାହକ ମଦ ପ୍ୟାକେଟ ର ସଠିକ ମୂଲ୍ୟ ରହୁନଥିବାରୁ ହଇରାଣ ହେବାକୁ ପଡୁଛି ବୋଲି ଗ୍ରାହକ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି l ସୂଚନା ଥାଉକି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଚାରିଛକ ଅବକାରୀ ବିଭାଗର ଦାୟିତ୍ୱ ରେ ଥିବା ଉପରକଟା ଦେଶୀ ମଦ ଭାଟି ରେ ଗ୍ରାହକ ଙ୍କ ପାଇଁ ବିକ୍ରି ହେଉଥିବା ମଦ ପ୍ୟାକେଟ ର ସଠିକ ମୂଲ୍ୟ ନଥିବା, ଏଵଂ ସେହିପରି ହରଭଙ୍ଗା ଥାନା ଅଧୀନରେ ଥିବା ଛାତ୍ରଙ୍ଗ ଦେଶୀ ମଦଭାଟି ମହୁଲ ମାତ୍ରା କମ୍ ଦେଇ ଚିନି ମିଶ୍ରଣ କରି ମଦ ପ୍ରସ୍ତୁତ ହେଉଛି। ଏଵଂ ଏହି ମଦଭାଟି ଅଧୀନରେ ହରଭଙ୍ଗା ପଞ୍ଚାଯତ ଚ୍ଚତ୍ରଙ୍ଗ, ସଙ୍କୁଲାଇ ପଞ୍ଚାୟତର ଅଧିକାଂଶ ଗ୍ରାମରେ କୁଚିଆ ମଦଭାଟି କରି ମଦ ବିକ୍ରି କରାଯାଉଛି ଫଳରେ ମଦୁଆଙ୍କ ସଂଖ୍ୟା ବଢିବାରେ ଲାଗିଛି ଏଵଂ ଏହି ମଦ ପିଇ ଗ୍ରାମେ ଗ୍ରାମେ ଗଣ୍ଡଗୋଳ ବୃଦ୍ଧି ପାଇଛି । କେତେବେଳେ 25ଟଙ୍କା ତ କେତେବେଳେ 30 ଟଙ୍କା ବିକ୍ରି ହେଊଛି l

ଯାହା ଫଳରେ ଗ୍ରାହକ ମଦ କିଣି ଆସି ବେଳେ ବେଳେ ହିନସ୍ଥା ହେଉଥିବା ବେଳେ ମୂଲ୍ୟ ପାଇଁ ନିୟୋଜିତ ଥିବା ଭାଟିକର୍ମଚାରୀ ଙ୍କୁ ପଚାରିଲେ ଯାହା କହିବୁ ତାହା ଦେବ ଇଛା ଥିଲେ କିଣନ୍ତୁ ନଚେତ ଫେରିଯାଆନ୍ତୁ ବୋଲି ଗ୍ରାହକ ଙ୍କୁ ଓଲଟା ଉତ୍ତର ମିଳୁଛି l ଏପଟେ ମଦ ପାଉଚ ର ମୂଲ୍ୟ ଅନୁଯାଇ ମଦ ର ମାନ ମଧ୍ୟ ଠିକ ରହୁନଥିବା ନେଇ ଗ୍ରାହକଙ୍କ ଭିତରେ ଅଭିଯୋଗ ହେଊଛି lଯଦି ଲୋକଙ୍କ ଟଙ୍କା ରେ ସରକାର ରାଜସ୍ୱ ନେଉଛନ୍ତି ତାହେଲେ ସ୍ରମ୍ପୃକ୍ତ କର୍ମଚାରୀ ବା ସଂସ୍ଥା ଉପରେ କାହିଁକି ନୀତି ନିୟମ ପାଳନ ହେଉନାହିଁ l

ଜିଲ୍ଲା ଅବକାରୀ ବିଭାଗ ତଦାରଖ କାହିଁକି କରୁନାହିଁ l ନା ଭାଟି ମାଲିକ ଓ ଅବକାରୀ ବିଭାଗର ଭିତିରିଆ ବୁଝାମଣା ରହିଛି ଏମିତି ବିଭାଗର ସ୍ୱଛତା ଓ ପାରିବା ପଣିଆ କୁ ନେଇ ସାଧାରଣ ରେ ଅନେକ ପ୍ରଶ୍ନ ଉଠୁଛି l ଏପଟେ ଉକ୍ତ ମଦ ଭାଟି ରୁ ବେଆଇନ ଭାବେ ବସ୍ତା ବସ୍ତା ମଦପ୍ୟାକେଟ କୁଚିଆ ବେପାର ପାଇଁ ପ୍ରତି ଗାଁ ପଠା ଯାଉଥିବା ବେଳେ ଏଥିପ୍ରତି ମଧ୍ୟ ଅବକାରୀ ବିଭାଗ ଜାଣି ଅଜଣା ପରି ନିରବ ଦ୍ରଷ୍ଟା ସାଜିଛି l ଫଳ ରେ ଗାଁ ଗାଁ ରେ ମଦର ବନ୍ୟା ରେ ଯୁବ ସମାଜ ଭାସିବା ସହ ସହଜ ସୁବିଧା ରେ ଗାଁ. ଛକ, ଦୋକାନ, ବଜାର ରେ ମଦ ମିଳୁଥିବାରୁ ଗାଁ ଗୁଡିକ ରେ ବେଳେ ବେଳେ ଅପ୍ରତୀକର ପରିସ୍ଥିତି ମଧ୍ୟ ସୃଷ୍ଟି ହେବା ସହ ପରିବେଶ ଉପରେ ଖରାପ ବାର୍ତ୍ତା ସୂଚାଉଛି l

ଯଦି ଓ ସରକାର ସମ୍ପୃକ୍ତ ମାଲିକ ମାନଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି ତାର ଦାୟିତ୍ୱ କିନ୍ତୁ ଅବକାରୀ ବିଭାଗ ଉପରେ ରହିଛି l କିନ୍ତୁ ଠିକ ଭାବରେ ପରିଚାଳନା ହେଉନଥିବାରୁ ଭାଟିରେ ମନଇଚ୍ଛା ବଢ଼ୁଛି ଦୁର୍ନତି l ଏହାକୁ ନେଇ ଭାଟି ମାଲିକ ରାଧେଶ୍ଵମ ମେହେର ଙ୍କୁ ପଚାରିବାରୁ କୁଚିଆ ମଦ ଆମେ ସବୁ ଗାଁ ରେ ରପ୍ତାନି କରୁନାହିଁ l କେବଳ ଚାରି ପାଞ୍ଚୋଟି ସ୍ଥାନ ରେ ହିଁ କୁଚିଆ ଦେଇଚୁ l ମଦ ର ମାନ ମଧ୍ୟ ଠିକ ରହୁଛି କୌଣସି ତ୍ରୁଟି ନାହିଁ ଏବଂ ମହୁଲ ଦର ପରିବର୍ତ୍ତିତ ହେଉଥିବାରୁ ମଦ ପ୍ୟାକେଟ ମୂଲ୍ୟ ମଧ୍ୟ୍ୟ ପରିବର୍ତ୍ତିତ କରିବା ପାଇଁ ବାଧ୍ୟ୍ୟ ଏଥିରେ କୌଣସି ଭୁଲ ନାହିଁ ବୋଲି କହିଥିଲେ lଏନେଇ ଅଞ୍ଚଳ ବାସି ଜିଲ୍ଲା ଅବକାରୀ ବିଭାଗ କୁ ଅଭିଯୋଗ ମଧ୍ୟ କରିଛନ୍ତି l କିନ୍ତୁ ବିଭାଗ ପକ୍ଷରୁ ତଦନ୍ତ ରେ ଫଳ ଶୂନ ହେଉଥିବା ବେଳେ ବୌଦ୍ଧ ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରେ ଦାବି ହେଉଛି l