ରେଲୱେ କାର୍ଯ୍ୟ କୁ ନେଇ ବିପଦ କୁ ଟାଣୁଛି ବିଦ୍ୟୁତ ଖମ୍ବ ବିଦ୍ୟୁତ ଓ ରେଲୱେ ବିଭାଗ ମଧ୍ୟରେ କାଦୁଅ ଫିଙ୍ଗା ନୀତି

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) l ଖମ୍ବ ସ୍ଥାନାନ୍ତରିତ ନେଇ ବିଭାଗୀୟ ର ଚାଲିଛି ମନମୁଖୀ କାର୍ଯ୍ୟ ଉଭୟ ଙ୍କ ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗା ନୀତି l ସୂଚନା ଥାଉକି ନିର୍ମାଣ ଧୀନ ଥିବା ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପଥ କାର୍ଯ୍ୟ ଯୁଦ୍ଧ କାଳୀନ ଭିତରେ ଚାଲୁ ରହୁଥିବା ବେଳେ କାର୍ଯ୍ୟ ମଧ୍ୟ ଅଗ୍ରଗତି ଭାବରେ ଆଗେଇ ଚାଲିଛି l ପ୍ରକଳ୍ପ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲlୟେ ଓଭର ବ୍ରିଜ଼ କାର୍ଯ୍ୟ ମଧ୍ୟ ଚାଲୁ ରହିଥିବା ବେଳେ ଅନ୍ୟପଟେ କିଛି ସ୍ଥାନ ରେ ମଧ୍ୟ ବ୍ରିଜ଼ କାର୍ଯ୍ୟ ନିମ୍ନ ମାନର ଓ ଉଚିତ ଢଙ୍ଗରେ ହେଇନ ଥିବା ରୁ ପାଣି ଜମି ରହୁଛି l

ଫଳରେ ସ୍ଥାନୀୟ ଜନସାଧାରଣ ଯାତାୟତ ରେ ବାଧା ସୃଷ୍ଟି ହେଉଥିବା ନେଇ ଲୋକଙ୍କ ଭିତରେ ଅଭିଯୋଗ ହେଉଛି lସେହିଭଳି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ରାମ୍ଭିକଟା -ସମ୍ପୋଚ ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା ଉପରେ ଫ୍ଲ୍ୟାୟ ଓଭର ବ୍ରିଜ଼ ହୋଇଥିବାରୁ ଉକ୍ତ ରାସ୍ତାକୁ ୟୁ ଟର୍ଣ୍ଣ କରି ନିର୍ମାଣ ରେଲ ୱେ ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି l କିନ୍ତୁ ନିର୍ମାଣ କାର୍ଯ୍ୟ ପାଇଁ ଏଠାରେ ବାଧକ ସାଜିଛି ପୂର୍ବରୁ ଥିବା ବିଦ୍ୟୁତ ଖମ୍ବ l ଉକ୍ତ ଖମ୍ବ ଟି ରାସ୍ତା କୁ ଲାଗି ରହୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ଆଶଙ୍କା ରହିଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି l

ଏପରିକି ସ୍ଥାନୀୟ ବାସିନ୍ଦା ଓ ବିଜୁଳିମରା ମଠ ସହିତ ସ୍ୱେଚ୍ଛାସେବୀ ଜଗଦୀଶ ମହାକୁଳ ସମସ୍ୟା କୁ ନେଇ ବାରମ୍ବାର ବିଭାଗୀୟ ଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗୀୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି କି ସ୍ଥାୟୀ ସମାଧାନ ମଧ୍ୟ ହେଉନି l ଏହାକୁ ନେଇ ଆଜି ରେଲୱେ ଠିକା ସନ୍ଥା ଓ ବିଦ୍ୟୁତ ବିଭାଗ ଉକ୍ତ ସ୍ଥାନରେ ପହଁଚି ଖମ୍ବ ଟିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ନିଜ ନିଜ ଭିତରେ କାଦୁଅ ଫିଙ୍ଗା ନୀତି ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା l କିନ୍ତୁ ଘଟଣା ସ୍ଥଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପହଂଚି ନ ଥିବାରୁ ସମସ୍ୟା ର ସମାଧାନ ବାଟ ଫିଟିନଥିବା ଜଣାପଡିଛି l ଘଟଣା କୁ ନେଇ ସ୍ଥାନୀୟ ଜନ ସାଧାରଣ ଓ ସମ୍ପୋଚ ପଞ୍ଚାୟତ ବାସି ଅସନ୍ତୋଷ ପ୍ରକାଶ କରିବା ସହିତ ଯଦି ଉକ୍ତ ଖମ୍ବ କୁ ସ୍ଥାନାନ୍ତରିତ କରା ନଯାଏ ଆଗାମୀ ଦିନରେ ଜିଲ୍ଲା ପାଳ ଙ୍କ ଦ୍ୱାରସ୍ଥ ହେବେ ବୋଲି ସମାଜ ସେବି ଜଗଦୀଶ ମହାକୁଡ଼ ଅଭିଯୋଗ ଆଣିଛନ୍ତି l