ଜମି ହଡ଼ପ କାରି ଙ୍କ ଉପରେ ପଦକ୍ଷେପ ନେବାକୁ ଦାବି

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅଧିନସ୍ଥ କୋଇଲିସୂତା ମୌଜା ରେ ସରକାରୀ ଭୁସମ୍ପତି ଜବରଦଖଲ ଉଛେଦ ନେଇ ମଙ୍ଗଳବାର ଦିନ ହରଭଙ୍ଗା ତହସିଲଦାର ଙ୍କ ଦ୍ୱାରସ୍ଥ ହୋଇଛନ୍ତି କୋଇଲିସୂତା ଗ୍ରାମବାସୀ l ହୋଇଥିବା ଲିଖିତ ଅଭିଯୋଗ ଅନୁଯାଇ ଧଳପୁର ରାଜସ୍ବ ସର୍କଲ କୋଇଲିସୁତା ମୌଜା ରେ ଅନାବାଦୀ, ଗୋଚର, ଗ୍ରାମ୍ୟ ଶାସନ, ଗ୍ରାମ୍ୟ ଜଙ୍ଗଲ ଆଦି କିସମ ର ସରକାରୀ ଭୁ ସମ୍ପତି ରହିଥିବା ସ୍ଥଳେ ଗ୍ରାମର ଏକ ଜୈନିକବ୍ୟକ୍ତି ଉକ୍ତ ସରକାରୀ ସମ୍ପତି ର ପ୍ରାୟ 20ଡେସିମିଲ ନିଜେ ବଳ ପୂର୍ବକ ଭାବେ ଅକ୍ତିଆର କରି ଚାଷ ଜମି ରେ ପରିଣତ କରିଛି l

ଅନ୍ୟ କିଛି ବ୍ୟକ୍ତି ବିଶେଷ ମଧ୍ୟ ଏକର ଏକର ସରକାରୀ ସମ୍ପତି ଗଛ କାଟି ନିଜ ଅକ୍ତିଆର କରିଛନ୍ତି l ଏହି ସରକାରୀ ସମ୍ପତି କୁ ଜବରଦସ୍ତୀ ଅକ୍ତିଆର କରିଥିବାରୁ ଏହାକୁ ଉଛେଦ କରିବା ପାଇଁ ଅଭିଯୋଗ ହୋଇଛି l ଅନ୍ୟ ପଟେ ସରକାର ଙ୍କ ଏହି ରାଜସ୍ବ ସମ୍ପତି ଅକ୍ତିଆର ରେ ପ୍ରତକ୍ଷ୍ୟ ନଥିଲେ ମଧ୍ୟ ପରୋକ୍ଷ ଭାବେ ଧଳପୁର ରାଜସ୍ବ ନିରୀକ୍ଷକ ଭିତିରିଆ ନେଣ ଦେଣ ରେ ସମ୍ପୃକ୍ତି ଥିବା ଏବଂ ଏଭଳି ଅନୈତିକ କାର୍ଯ୍ୟ ରେ ସାମିଲ ଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l

ଏଣୁ ନୂତନ ସରକାର ଙ୍କ ନିୟମ ଅନୁଯାଇ ଜବରଦଖଲ କୁ ଉଛେଦ କରିବା ସହିତ ଏଥିରେ ସାମିଲ ଥିବା ବ୍ୟକ୍ତି ବିଶେଷ ଓ ସରକାରୀ ବାବୁ ଙ୍କୁ ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନେବା କୁ କୋଇଲିସୂତା ଗ୍ରାମବାସୀ ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଛନ୍ତି l ସେହିପରି ତହସିଲ ର ପ୍ରତ୍ୟେକ ମୌଜା ରେ ଏଭଳି କିଛି ବ୍ୟକ୍ତି ବଳ ପୂର୍ବକ ସରକାରୀ ଭୁସମ୍ପତି ଜବରଦଖଲ କରୁଥିବା ମଧ୍ୟ ପୂର୍ବରୁ ଅଭିଯୋଗ ହୋଇ ଆସିଛି l ତେଣୁ ହରଭଙ୍ଗା ତହସିଲଦାର ଉକ୍ତ ଅଭିଯୋଗ କୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l