ଭୁବନେଶ୍ବର: ଯୂ ଟିଉବ ଚାନେଲ ଖୋଲିଲେ ରାଜ୍ୟସଭା ସାଂସଦ ସୁଲତା ଦେଓ । ନୀତିଦିନ ଘଟୁଥିବା ଘଟଣା ଗୁଡିକ ର ବିଶ୍ଳେଷଣ କରି ଜନସାଧାରଣ ଙ୍କୁ ସଠିକ ତଥ୍ୟ ଦେବା ଉଦେଶ୍ୟ ସେ ଏହି ଯୂଟିଉବ ଚାନେଲ ଟିକୁ ସେ ଲୋକାର୍ପଣ କରିଛନ୍ତି।ଗତକିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ସାଂସଦ ସୁଲତା ଦେଓ ବେଶ ଚର୍ଚ୍ଚାରେ ଅଛନ୍ତି।ଏକ ରାଜନୈତିକ ବ୍ଯକ୍ତିତ୍ବ ଭାବରେ ସେ ସବୁବେଳେ ସଠିକ ଓ ନିର୍ଭୀକ ବୟାନ ଦେଇ ଆସନ୍ତି।

ପ୍ରଥମେ ସୁଲତା ଥିଲେ ସରପଞ୍ଚ। ଗାଁ ଗାଁ ବୁଲି ପଞ୍ଚାୟତ କଥା ବୁଝୁଥିଲେ, ପୁରା ପଞ୍ଚାୟତ ପରିଚାଳନା କରୁଥିଲେ।ଜଣେ ନାରୀ ନେତ୍ରୀ ଭାବରେ ସୁଲତା ଦେଓ  କିଛି ବର୍ଷ ଧରି ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି। ବିଶେଷ କରି ଦଳୀୟ ମୁଖପାତ୍ର ଭାବେ ନିଯୁକ୍ତ ହେବା ପରେ ଦଳୀୟ ଭାବ ମୂର୍ତ୍ତିକୁ ରକ୍ଷା କରିବା ଦିଗ ରେ ବେଶ ସଫଳ ହାସଲ କରିପାରିଛନ୍ତି। ଯଦିଓ ସେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦା ପଂଚାୟତର ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଜିଲାପରିଷଦ ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ ହୋଇ ବିଜେଡ଼ି ପାଇଁ କାମ କରି ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ଜଣେ ତୃଣମୂଳ ସ୍ତରରୁ ଆସି ବିଜେଡିର ଶୃଙ୍ଖଳିତ କର୍ମୀ ଭାବେ କାମ କରି ଦଳୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ସେଥିପାଇଁ ପ୍ରଥମେ ତାଙ୍କୁ ବିଜେଡିର ମୁଖପାତ୍ର ଭାବେ ନିଯୁକ୍ତି ଦିଆ ଯାଇଥିଲା। ମୁଖପାତ୍ର ଭାବେ ବିଭିନ୍ନ ଫୋରମ ରେ ଯୋଗ ଦେଇ  ଦଳର ଭାବମୂର୍ତି ପାଇଁ ଗଠନ ମୁଳକ ଯୁକ୍ତି ଉପସ୍ଥାପନ କରି ନିଜର ଦକ୍ଷତା ପ୍ରତିପାଦନ କରି ପାରିଥିଲେ। ଏହା ପରେ ରାଜ୍ୟ ସରକାର ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ର ଅଧକ୍ଷା ଭାବେ  ନିଯୁକ୍ତି ଦେଇଥିଲେ।

ପ୍ରଥମ ଥର ପାଇଁ ସୁଲତା ଦେଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଯାଇଛନ୍ତି। କେତୋଟି ଅଧିବେସନରେ ସେ ବସିବା ପରେ ତାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା ଭାବେ ମନୋନିତ କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ତାଙ୍କୁ ଗୃହ ପରିଚାଳନା କରିବା ପାଇଁ ମଧ୍ୟ ସୁଯୋଗ ମିଳିଛି ।

ଏବେ ୨୦୨୪ ନିର୍ବାଚନ ରେ ବିଜେଡି ର ଶୋଚନୀୟ ପରାଜୟ ପରେ ଦଳ ଏକ ପ୍ରକାର ନିଷ୍କ୍ରିୟ ହେବାକୁ ଯାଉଥିବା ବେଳେ ସୁଲତା ନିକଟରେ ରାଜ୍ୟସଭା ରେ ବିଜେପି ବିରୋଧ ରେ ସ୍ବର ଉତ୍ତଳନ କରି ବିଜେଡି ର ରାଜ୍ୟ ସଭା ରେ ସ୍ଥିତି କୁ ବେଶ ଜାହିର କରିଥିଲେ।ସବୁବେଳେ ସାମାଜିକ ଗଣମାଧ୍ୟମ ରେ ସକ୍ରିୟ ଥିବା  ସୁଲତା ଏବେ ପ୍ରଭୁ ଜଗନ୍ନାଥ ଙ୍କ ସୁନା ବେଶ ଦିନ ଏକ ଯୂ ଟିଉବ ଚାନେଲ ଲଞ୍ଚ କରିଛନ୍ତି। ଚାନେଲ ଟି ର ନା “ସତ କହି ପଛେ ….. sulata speaks ରଖିଛନ୍ତି । ଚାନେଲ ଟିର ଲିଙ୍କ ହେଲା

UCRiYqSaxKhlVrIZap1ISckA

ସେ ଓଡ଼ିଶା ଥିବା ଓ ଓଡ଼ିଶା ବାହାରେ ଥିବା ପ୍ରବାସୀ ଓଡିଆ ଙ୍କୁ ତାଙ୍କ ଚାନେଲ ଟିକୁ subscribe କରିବାକୁ ନିବେଦନ କରିଛନ୍ତି।