ବ୍ଲକ ର ସର୍ବ ପ୍ରଥମ ସୁନାବେଶ
ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ଆଜି ଜଗନ୍ନାଥ ଧାମ ରେ ମହାପ୍ରଭୁ ବଡ଼ ଠାକୁର ରଥାରୁଢ଼ ହୋଇ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବ୍ଲକ ର ସର୍ବ ପ୍ରଥମ ସୁନାବେଶ ତିନି ଠାକୁର ହୋଇଥିବା ଦେଖିବାକୁ ମିଳିଛି l

ଆଜି ମହା ଆଡମ୍ବର ପୂର୍ଣ୍ଣ ଭାବେ ଜଗନ୍ନାଥ ପ୍ରେମୀ ଭକ୍ତ, ସେବାୟତ, ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ଙ୍କ ମିଳିତ ଉଦ୍ୟମ ରେ ଏହି ସୁନାବେଶ ହୋଇଥିବା ବେଳେ ଅଂଚଳର ଶହଶହ ଜଗନ୍ନାଥ ପ୍ରେମୀ ଭକ୍ତ ରଥାରୁଢ଼ ସୁନାବେଶ ତିନି ଠାକୁର ଙ୍କୁ ଦର୍ଶନ କରିଥିଲେ l