ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବିରାମାଲ ଗ୍ରାମରେ ଡ୍ରେନରେ ବର୍ଷା ପାଣି ନିଷ୍କାସନ କୁ ନେଇ କଳହ ସୃଷ୍ଟି ହୋଇଛି । ସୂଚନା ମତେ ଦୀର୍ଘ ବର୍ଷରୁ ଗ୍ରାମର ବର୍ଷା ପାଣି ନିଷ୍କାସନ ପାଇଁ ଏକ ଡ୍ରେନର ବ୍ୟବସ୍ଥା ରହିଛି । କିନ୍ତୁ ଡ୍ରେନରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବାରୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ ଯାହାଫଳରେ ଗ୍ରାମରେ ଆଣ୍ଠୁଏ ପାଣି ଜମା ହୋଇପଡୁଛି । ଏନେଇ ଗାଁ ଲୋକେ ଡ୍ରେନର ଆବର୍ଜନା ସଫା କରୁଥିଵା ସମୟରେ ଉକ୍ତ ବିରାମାଲ ଗ୍ରାମର ଦିବ୍ୟଶଙ୍କର ନାଏକ ନାମକ ବ୍ୟକ୍ତି ସରକାରୀ ଜାଗା ରେ ନିର୍ମିତ ଥିବା ଡ୍ରେନକୁ ମୋ ନିଜସ୍ୱ ଜାଗା କହି ଗ୍ରାମବାସୀ ଙ୍କ ସହ କଲିକଜିଆ କରିଥିବା ଉଲ୍ଲେଖ ରହିଛି ।

ଏନେଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଧର୍ମଗଡ଼ ଉପଜିଲ୍ଲାପାଳ, ତହସିଲଦାର ଓ ଥାନାରେ ଲିଖିତ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ସମୟରେ ବିରାମାଲ ଗ୍ରାମର ଯତୀନ୍ଦ୍ର ବଣିଆ, ଭାରତ ନାଏକ, ନିରଞ୍ଜନ ନାଏକ, ପବିତ୍ର ଭୋଇ, ରାଜମଲ ଭୋଇ, ବିଷ୍ଣୁ ବଣିଆ, ମହିରାଜ ନାଏକ, ଧୋବା ଭୋଇ, ସନ୍ତୋଷ ବଣିଆ, ରଘୁନାଥ ନାଏକ, ଦିଲ୍ଲୀପ ନାଏକ, ରଘୁନାଥ ନାଏକ, ୱାର୍ଡ ସଭ୍ୟ ଗୋରା ମାଝୀ, ନାଏବ ସରପଞ୍ଚ ଶରତ ନାଏକ, ମହେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।