ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ହରଭଙ୍ଗା ବ୍ଲକସ୍ଥିତ ଚାରିଛକପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୁଣନିଧି ସାହୁ ଏବଂ ପିଇଟି ପ୍ରଦୀପ୍ତ କୁମାର ସାହୁଙ୍କୁ ଚାକିରୀ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ଅବସରରେ ବିଦ୍ୟାଳୟ ବର୍ତମାନ ପ୍ରଧାନ ଶିକ୍ଷକ ଶ୍ରୀଧର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l

ଏହି ଉତ୍ସବରେ ହରଭଙ୍ଗା ବିଇଓ ଅଜୟ କୁମାର ଲୁହା ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏବିଇଓ ଅଖିଳ ପ୍ରଧାନ , ଏବିଇଓ ଜୋଷ୍ଣାରାଣୀ ମହାପାତ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀବନ୍ତ ମେହେର, ଏମ.ଇ ସ୍କୁଲ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ରଣା ଯୋଗଦାନ କରି ଥିଲେ l ଅବସର ନେଇଥିବା ଦୁଇ ଶିକ୍ଷକ ଏହି ବିଦ୍ୟାଳୟ ରେ ଚାକିରୀ ଆରମ୍ଭରୁ ଏପର୍ଯ୍ୟନ୍ତ ହୋଇଥିବା ଘଟଣାବଳୀ, ସ୍ମୃତି ଏବଂ ଅଭିଜ୍ଞତାକୁ ବର୍ଣନା କରିଥିଲେ l

ବିଦ୍ୟାଳୟ ଶିକ୍ଷକ ଜିତେନ୍ଦ୍ର ନାଥ ଦାସ , ଶିକ୍ଷୟତ୍ରୀ ଝୁନୁବାଳା ପତି, ବିଜ୍ଞାନ ଶିକ୍ଷକ ନାରାୟଣ ଭୋକ୍ତା ଅବସର ନେଇଥିବା ଦୁଇ ଶିକ୍ଷକଙ୍କ କର୍ମମୟ ଜୀବନ ସ୍ମୁତି ଅବତାରଣା କରିଥିବା ବେଳେ, ମୁଖ୍ୟ ଅତିଥି ବିଦାୟୀ ଶିକ୍ଷୟତ୍ରୀଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନକରି ସମ୍ମାନିତ କରିଥିଲେ l ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନଙ୍କ ଭଲପାଇବା ଏବଂ ଆଶୀର୍ବାଦ ତାଙ୍କୁ ଭବିଷ୍ୟତରେ ପ୍ରେରଣା ଦେବ ବୋଲି ମତବ୍ୟକ୍ତ କରିଥିଲେ l ଉତ୍ସବର ଆବାହକ, ସଭାପତି ଶ୍ରୀଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l