ହରଭଙ୍ଗା 21/7/24(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବଦଳାସାହି ଗ୍ରାମର ମାନସ ଯାନୀ ଙ୍କ ପୁତ୍ର ଶୁଭଙ୍କର ଯାନୀ (11ବର୍ଷ )ଙ୍କ ସାପ କାମୁଡ଼ା ରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଗତକାଲି ଶୁଭଙ୍କର ନିଜ ଘରେ ସୋଇଥିବା ବେଳେ ରାତି ପ୍ରାୟ 3 ଟା ସମୟରେ ରେ କୌଣସି ଏକ ବିଷଧର ସରୀସୃପ ଆସି ତାଙ୍କ ଡାହାଣ ହାତରେ କାମୁଡ଼ି ଦେଇଥିଲା।

ଫଳରେ ଶୁଭଙ୍କର ଚିତ୍କାର କରିଥିଲା।ପରିବାର ଲୋକେ ସଂଗେ ସଂଗେ ଶୁଭଙ୍କର ର ଡାହାଣ ହାତରେ ଏକ ଦାନ୍ତ ଚି଼ହ୍ନ ଥିବା ଦାଗ ଦେଖିବାକୁ ପାଇଲେ। ଫଳରେ କୌଣସି ଏକ ବିଷଧର ସାପ କାମୁଡ଼ି ଦେଇଥିବା କଥା ଭାବି ଗୋଛାସାହି ଗ୍ରାମ ର ଏକ ଗୁଣିଆ ପାଖକୁ ବିଷ ଝାଡ଼ିବା ପାଇଁ ନେଇଯାଇଥିଲେ ଓ ସେଠାରେ କିଛି ସମୟ ଅପେକ୍ଷା କରି ରହିଥିଲେ,କିନ୍ତୁ ସେଠାରେ ଭଲ ନ ହେବାରୁ ସକାଳ 8 ଟା ସମୟରେ ଶୁଭଙ୍କର ର ବାପା ମାନସ ଯାନୀ ଏକ ଅଟୋ ଯୋଗେ ନିକଟସ୍ଥ ଆଡ଼େନିଗଡ ଡାକ୍ତରଖାନା ଆଣିଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।