ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ଆଦ୍ୟ ବୌଦ୍ଧ ବ୍ଲକ ର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଜଗତି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସଭାଗୃହ ଠାରେ ” ରଞ୍ଜିତା ମହାନ୍ତି ସ୍ମୃତି ପ୍ରୋତ୍ସାହନ ବୃତ୍ତି ରାଶି” ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ପ୍ରଧାନ ଶିକ୍ଷକ ଶ୍ରୀ ଦେବେନ୍ଦ୍ର ଦେହୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବୌଦ୍ଧ ଜିଲ୍ଲା
ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ କେନ୍ଦର। କୁଜରୁ ମୁଖ୍ୟ ଅତିଥି ଭାବେ, ଓ ବିଦ୍ୟାଳୟର ପୁରାତନ ଛ।ତ୍ର ଏବଂ ଛାତ୍ରବୃତ୍ତି ଯୋଜନାର ସଂଯୋଜକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଯୁକ୍ତ ବିପ୍ର ଚରଣ ମହାନ୍ତି , ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଉତ୍ସବ ସାହୁ, ପୂର୍ବତନ ଅବସରପ୍ରାପ୍ତ ବିଡ଼ିଓ ଶ୍ରୀ ଯୁକ୍ତ ଯାଦବ କର୍ଣ୍ଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଶ୍ରୀ ମହାନ୍ତି ଏହି ବୃତ୍ତି ତାଙ୍କ ସ୍ବର୍ଗତ ପତ୍ନୀ ରଞ୍ଜିତା ଙ୍କ ସ୍ମୃତି ରେ ଆରମ୍ଭ କରିଥିବା କହିଥିଲେ ।ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅତିଥି ମାନେ ଭଲ ପାଠ ପଢି ଭଲ ନମ୍ୱର୍ ରଖିବା ସହିତ, ଭଲ ମଣିଷ ହେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ୨୦୨୩ -୨୪ ହାଇସ୍କୁଲ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର୍ ରଖି ଥିବା ବାଳିକା ବର୍ଗରୁ କୁମାରୀ ଶର୍ମିଷ୍ଠା ରଣା ଓ ବାଳକ ବର୍ଗରୁ ଶ୍ରୀ ଦେବେନ୍ଦ୍ର ମେହେର ଙ୍କୁ , ଦଶ ହଜାରଏକ ଟଙ୍କା ଲେଖାଏଁ ପୁରସ୍କାର ସହିତ ଉପଢ଼ଉକନ ଓ ମାନପତ୍ର ,ମୁଖ୍ୟ ଅତିଥି ଶ୍ରୀଯୁକ୍ତ କୁଯୁରୁ ପ୍ରଦାନ କରିଥିଲେ।

ଶିକ୍ଷକ ଶ୍ରୀ ପଦ୍ମ ଲୋଚନ ସାହୁ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀ ବିଶେଶ୍ୱର ପୁରୋହିତ ଧନ୍ୟବାଦ୍ ପ୍ରଦାନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ଯୋଗଦାନ୍ କରି ଥିଲେ। ଶେଷରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ଯୋଗଦାନ୍ କରି ଥିଲେ।