ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ଚଳିତ ବର୍ଷ ବନ୍ୟା ପରିସ୍ଥିତି କୁ ଆଖିଆଗରେ ରଖି ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ପକ୍ଷରୁ ବୁଧବାର ଦିନ ଜଳଚର ସିଂଶ୍ର ପ୍ରାଣୀ କୁମ୍ଭୀର ଦାଉରୁ ରକ୍ଷା ପାଇବା ପାଇଁ ବିଭାଗ ପକ୍ଷରୁ ଆଜି ସତର୍କ ସୂଚନା ଦିଆଯାଇଛି l ସତକୋଶିଆ ଅଭୟାରଣ୍ୟ ଜିଲ୍ଲାର ହରଭଙ୍ଗା ବ୍ଲକ ର ଶେଷ ଭାଗ ନୟାଗଡ ଜିଲ୍ଲା ସହିତ ମିଶି ରହିଥିବା ବେଳେ ଏହି ଗଣ୍ଡ ରେ କୁମ୍ଭୀର ପାଇଁ ପ୍ରତିକୂଳ ପରିବେଶ ସହିତ ଚଳିତ ବର୍ଷ ଗମ୍ଭୀଆ କୁମ୍ଭୀର 35ଟି ଅଣ୍ଡା ଦେଇ ସମସ୍ତ ଅଣ୍ଡା ରୁ ସୁସ୍ଥ କୁମ୍ଭୀର ଶାବକ ଜନ୍ମ ନେଇ ଥିଲେ ଓ ଆଜି ପର୍ଯ୍ୟନ୍ତ ସିସି ଟିଭି ଓ ବାଇନକୁଲାର ରେ ଶବଳ ଥିବା ଜଣା ପଡିଛି l ତେଣୁ ମହାନଦୀ ରେ ପ୍ରଥମ ବନ୍ୟା ପ୍ରାଣୀ ଜଳ ଆସିଲେ ଏହି କୁମ୍ଭୀର ପ୍ରଜାତି ନଦୀର ଉପର ମୁଁହା ହେବା ସହିତ କୂଳ ମୁଁହା ହେବେ l

ତେଣୁ ଏହି ସମୟରେ ନଦୀରେ ଗୁଳିଆ ପାଣି ପ୍ରବାହିତ ହେଉ ଥିବାରୁ ପାଣିରେ କୁମ୍ଭୀର ର ଗତିବିଧି ଲକ୍ଷ୍ୟ କରି ନ ପାରି ମନୁଷ୍ୟ ସହିତ ଗୃହ ପାଳିତ ପଶୁ ନଦୀ କୂଳକୁ ଆସିଲେ କୁମ୍ଭୀର ର ଶିକାର ହେବାକୁ ପଡିଥାଏ l ଏହାକୁ ଦୃଷ୍ଟି ରେ ରାକ୍ଷୀ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ଙ୍କ ତତ୍ୱାବଧାନ ରେ ବନପାଳ ପ୍ରଶାନ୍ତ ଗୁରୁ, ରାଜ ଶତପଥି, ଅନ୍ତର୍ଯ୍ୟାମୀ ଯାନୀ, ବିଷ୍ଣୁ ପ୍ରିୟା ଦେଇ, ସିନିବାସ କହଁର, ଗୋବିନ୍ଦ ମହାକୁଡ଼ ଙ୍କ ସମେତ ସ୍କ୍ୱାର୍ଡ କର୍ମଚାରୀ ସମୂହ ଡାକବାଜି ଯନ୍ତ୍ର ମଧ୍ୟମରେ ଉକ୍ତ ରେଞ୍ଜ ଅଧିନସ୍ଥ ମରଡ଼ା, କୁମାରୀ, ଅତଳସରା ଗ୍ରାମ ଆଦି ମହାନଦୀ କୁଳିଆ ଅଂଚଳ ନଦୀ କୂଳକୁ ନ ଯିବା ପାଇଁ ସଚେତନତା କରିଥିଲେ l