ମାଲକାନଗିରି – ୨୭/୦୭( ନିରଞ୍ଜନ ମଲ୍ଲ)ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲା ଜଗରଗୁଣ୍ଡା ଥାନା ଅନ୍ତର୍ଗତ ତିମ୍ମାପୁରମ ଅଂଚଳରୁ ଚାରି ମାଓବାଦୀ ଏବଂ ବିଜାପୁର ଜିଲ୍ଲାର ତେରମ ଥାନା ଅଞ୍ଚଳରୁ ଦୁଇ ମାଓବାଦୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛନ୍ତି l ସୂଚନା ଅନୁଯାଇ ସୁକମା ଜିଲ୍ଲାର ଜଗରଗୁଣ୍ଡା ଥାନାର ତିମ୍ମାପୁରମ ଜଙ୍ଗଲ ମଧ୍ୟରେ ଗ୍ରାମବାସି ଭେଷଭୂଷରେ ସନ୍ଦିଗ୍ଧ ଲୋକଙ୍କୁ ଦେଖିବା ପରେ ଗ୍ରାମବାସି ପୁଲିସକୁ ଖବର ଦେଇଥିଲେ

ଏହି ଖବର ମିଳିବା ପରେ ଜଗରଗୁଣ୍ଡା ଥାନାରୁ ଡିଆରଜି, ସିଆରପିଏଫ-୧୫୦ ବାହିନୀ, ସିଆରପିଏଫ-୨୦୧ ବାହିନୀର ମିଳିତ ଦଳ ତିମ୍ମାପୁରମ ନିକଟବର୍ତ୍ତୀ ଜଙ୍ଗଲରେ ପହଞ୍ଚି ଚାରିଜଣକୁ ଘେରାବନ୍ଦୀ କରି ପଚାରାଉଚାରା କରିବା ପରେ ସେମାନଙ୍କ ଠାରୁ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରି ସେମାଙ୍କୁ ଗିରଫ କରିଥିଲେ ଗିରଫ ମାଓବାଦୀମାନେ ହେଲେ ଡୋଡି ଦେବା, କରସା ମୋଟୁ, ମାଡ଼ବି ଯୋଗା, ବେଟ୍ଟୀ ବାବୁ l

ସେହିପରି ବିଜାପୁର ଜିଲ୍ଲାର ତେରେମ ଥାନା ଅନ୍ତର୍ଗତ ପେଦାଗେଲେରୁ ଅଞ୍ଚଳରେ ୨୧୦ କୋବ୍ରାବାହିନୀ ତାଲାସୀ ଅଭିଯାନ କରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ଆଇଇଡି ଖଞ୍ଜିବା ପାଇଁ ଯୋଜନା କରିଥିବା ସମୟରେ ସୁରକ୍ଷାକର୍ମୀ ଘେରାବନ୍ଦୀ କରି ମାଓ ବିସ୍ପୋରକ ଜବତ କରି ସେମାଙ୍କୁ ଗିରଫ କରିଥିଲେ l ଗିରଫ ମାଓବାଦୀ ହେଲେ ସୋଡି ମଙ୍ଗଡୁ, ମାଡକାମ ଲଚ୍ଛା l ଗିରଫ ଛଅଜଣ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜେଲକୁ ପଠାଯାଇଥିବା ସୁକମା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l