ହରଭଙ୍ଗା,( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପ୍ରେସ ବ୍ଳକର ସପ୍ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନିୟ ଟାଉନହଲ ଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । କ୍ଳବର ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଜେ.ସୋନାଲ୍ଲେଯାଗଦେଇ ଥିବା ବେଳେ ସମ୍ମାନୀତ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇଥିଲେ ।

ମୂଖ୍ୟବକ୍ତା ଭାବେ ବରିଷ୍ଠ ସମ୍ବାଦିକ ଡ. ରାଜାରାମ ଶତପଥି ଯୋଗ ଦେଇ ରାଜ୍ୟରେ ବିଗତ ଦିନରେ ଗଣମାଧ୍ୟମ ର କଣ୍ଠରୋଧ କରାଯାଉଛି ବୋଲି ନିଜ ବକ୍ତବ୍ୟ ପ୍ରକାଶ କରିଥିଲେ । କ୍ଳବର ସଂପାଦକ ରଘୁନାଥ ଷଡଙ୍ଗୀ ବିବରଣୀ ପାଠ କରିବା ସହିତ ଜିଲ୍ଲାରେ ଏକ ସାମ୍ବାଦିକ ଭବନ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ କ୍ଳବର ମୁଖପତ୍ର ଶାକ୍ୟସ୍ଵର ପତ୍ରିକା ଉନ୍ମୋଚନ ହୋଇଥିଲା । ବରିଷ୍ଠ ସାମ୍ବାଦିକ ପ୍ରଦୋଶ କୁମାର ମିଶ୍ର କ୍ଲବର ପ୍ରତିଷ୍ଠା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମକୁ ପରିଚାଳନାରେ ବରିଷ୍ଠ ସାମ୍ବାଦିକ ସମରେଶ ମିଶ୍ର, ଦୁର୍ଯ୍ୟଧନ ବିଶି, ପୂର୍ଣ୍ଣଚନ୍ଦ୍ର ସାହୁ, ଶମ୍ଭୁ ପ୍ରସାଦ ମିଶ୍ର, ଚିତରଂଜନ ସିଂ, ବାସୁଦେବ ସାହୁ,ଆଶୁତୋଷ ଦାସ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଉପଢୌକନ ଏବଂ ମୋମେଣ୍ଟ ଦେଇ ସମ୍ବୋର୍ଦ୍ଦିତ କରାଯାଇଥିଲା । କ୍ଳବ୍ ର ବରିଷ୍ଟ ସାମ୍ବାଦିକ ଦିବ୍ୟଶଙ୍କର ରାଉତ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।