ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ ଏମ୍. ଇ ସ୍କୁଲ ପ୍ରାଙ୍ଗଣରେ ଶିକ୍ଷା ସପ୍ତାହ ଷଷ୍ଠ ଦିବସରେ ବିଦ୍ୟାଳୟ ର ୟୁଥ ଇକୋ କ୍ଲବ ତରଫରୁ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି l ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ପିଜୁଳି, ଆମ୍ବ, କଦଳୀ ଏବଂ ଜାମୁ ଗଛ ରୋପଣ କରାଯାଇଥିଲା l

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିର୍ମଳ ରଣା, ସହକାରୀ ଶିକ୍ଷକ ମନମୋହନ ସାହୁ, ସତ୍ୟଭାମା ସାହୁ ଏବଂ ସରିତା ବିଶୋଇ ବୃକ୍ଷରୋପଣ କାର୍ଯକ୍ରମରେ ସାମିଲ ହୋଇଥିଲେ l ଏହାପରେ ଇକୋ କ୍ଲବ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ “ବୃକ୍ଷରୋପଣ ଏବଂ ଜଳବାୟୁ ପରିବର୍ତନ” ଶୀର୍ଷକ ଆଲୋଚନା ଚକ୍ରରେ ଶିକ୍ଷାର୍ଥୀ ଏବଂ ଶିକ୍ଷକ ମାନେ ନିଜର ମତାମତ ଉପସ୍ଥାପନା କରି, ବୃକ୍ଷରୋପଣର ମହାନତା ସମ୍ପର୍କରେ ଅବଗତ କରାଇଥିଲେ l