ମାଲକାନଗିରି (ନିରଞ୍ଜନ ମଲ୍ଲ)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସମେତ ଅନେକ ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ମହିଳା ନକ୍ସଲ ଶନିବାର କଓ୍ବର୍ଧା ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି। ସେ ରାଜନନ୍ଦଗାଓଁ – ଗୋଣ୍ଡିଆ – ବାଲାଘାଟ ଡିଭିଜନ ଟଣ୍ଡା – ମଲାଜଖଣ୍ଡ ଏରିଆ କମିଟିର ସକ୍ରୀୟ ସଦସ୍ୟ ଥିଲେ।ମହିଳା ନକ୍ସଲର ନାମ ହେଉଛି ରାନୀତେ ଛଦ୍ମନାମ ହିଡମା କୋବାସି | ଯିଏ ଛତିଶଗଡର ସୁକମା ଜିଲ୍ଲାର ଚିନ୍ତଲନାର ଥାନା ଅନ୍ତର୍ଗତ ପୁଲନପାଡ ଗାଁ ବାସିନ୍ଦା।
ଏହି ମହିଳା ନକ୍ସଲ ଜଣଙ୍କ ଛତିଶଗଡ ବ୍ୟତୀତ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ମଧ୍ୟ ସକ୍ରିୟ ଥିଲେ। ତିନୋଟି ରାଜ୍ୟର ସରକାର ତାଙ୍କ ମୁଣ୍ଡ ଉପରେ ପୁରସ୍କାର ଘୋଷଣା କରିଥିଲେ। ଛତିଶଗଡ ଏବଂ ମହାରାଷ୍ଟ୍ରରେ ତାଙ୍କ ଉପରେ ପ୍ରତ୍ୟେକଙ୍କୁ ୫/୫ ଲକ୍ଷ ଲେଖାଏଁ ଟଙ୍କା ଏବଂ ମଧ୍ୟପ୍ରଦେଶରେ ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ମହିଳା ନକ୍ସଲଙ୍କ ମୁଣ୍ଡ ଉପରେ ମୋଟ ୧୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା।ଶନିବାର ଦିନ ସେ କାୱର୍ଧା ଏସପି ଡ଼ା ଅଭିଷେକ ପଲ୍ଲଭ ଏବଂ କଲେକ୍ଟର ଜନ୍ମେଜୟ ମହୋବେଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ସେ ଛତିଶଗଡର ଖଇରାଗଡ – ଚୁଇଖଦାନ – ଗଣ୍ଡଇ ଜିଲ୍ଲାରେ ୩ ଟି ଏବଂ ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ୧୯ ଟି ନକ୍ସଲ ଘଟଣାରେ ଜଡିତ ଥିଲେ।ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲଙ୍କୁ ତୁରନ୍ତ ଛତିଶଗଡ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ଏହା ସହିତ ପୁନର୍ବାସ ନୀତି ଅଧୀନରେ ତାଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।