ମାଲକାନଗିରି ( ନିରଞ୍ଜନ ମଲ୍ଲ ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ବି ଗାଁର ଲୋକଙ୍କ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ ଯାହା ଫଳରେ ରୋଗୀ ଙ୍କୁ ଖଟିଆରେ ବୁହା ହେଉଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ କସରାଭଟ୍ଟା ଗ୍ରାମର ସାନିଆ ମାଡକାମୀ ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ।

କିନ୍ତୁ ୧୦୮ ଆମ୍ବୁଲାନ୍ସ ତ ପହଁଚିଲା କିନ୍ତୁ ମହୁପଦର ମୁଖ୍ୟ ରାସ୍ତାରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ । ମହୁପଦର ମୁଖ୍ୟ ରାସ୍ତାରୁ କସରାଭଟ୍ଟା ଗାଁକୁ ସଂଯୋଗ କରୁଥିବା ରାସ୍ତା ଲୋକେ ପାଦରେ ଚାଲି ଯିବା ସମ୍ଭବ ନୁହେଁ ସେଥିରେ ଆମ୍ବୁଲାନ୍ସ ଯିବା କେଉଁଠି ସମ୍ଭବ ହେବ । ଆମ୍ବୁଲାନ୍ସ କର୍ମଚାରୀ ପରିବାର ଲୋକଙ୍କୁ ସୂଚନା ଦେବା ପରେ ପରିବାର ଲୋକେ ଏକ ଖଟିଆରେ ଦୀର୍ଘ ୨ରୁ ୩ କିଲୋମିଟର ଖଟିଆରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ ।

ପରିବାର ଲୋକ ଓ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଥିଲେ ।ଏବେ ସନିଆ ର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି । ଏଠି ପ୍ରଶ୍ନ ଉଠୁଛି କେବେ ସୁଧୁରିବ ଗାଁର ରାସ୍ତା ଲୋକେ ସହଜରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।