କେସିଙ୍ଗା : (ପ୍ରୀତେଶ ପଟେଲ)କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି ଭଗବାନ ଙ୍କ ଭରସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର ଅନ୍ତବିଭାଗ ରେ ଅବସ୍ଥିତ ଶିଶୁ ଶଯ୍ୟା କୋଠରୀର ଛାତର ସିଲିଂ ଖସି ପଡ଼ି କୋଠରୀର ଅନେକ କ୍ଷୟ କ୍ଷତି ହୋଇଛି।ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୧୧.୩୦ ମି ସମୟରେ ଲଗାଣ ବର୍ଷା ରେ ଵିଲ୍ଡିଂ ଛାତ ରୁ ପାଣି ଲିକେଜ୍ ହୋଇ ସିଲିଂ ରେ ପଡ଼ିବାରୁ ଶିଶୁ ଶଯ୍ୟା କୋଠରୀ ର ସିଲିଂ ଭୁଶୁଡ଼ି ଯାଇଛି।

ସେହି ସମୟରେ କୋଠରୀ ରେ କେହି ରୋଗୀ ନ ଥିଲେ ବୋଲି ବଡ଼ ଦୁର୍ଘଟଣା ରୁ ହସ୍ପିଟାଲ ବର୍ତ୍ତି ଯାଇଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ର ଅଭାବ ଓ ପୁରାତନ ବିଲ୍ଦିଂ ର ତଦାରଖ କରୁନ ଥିବାରୁ ଏହିପରି ଦୁର୍ଘଟଣା ହେଉଛି ବୋଲି ସହରରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି ସିଲିଂ ଭୁଶୁଡ଼ି ଥିବା ବିଲ୍ଡିଁ ର ମଝିରେ ମଝିରେ ମରାମତି ହେଉଥିଲେ ମଧ୍ୟ ଏପରି କାହିଁକି ଏତେ ବଡ଼ ଅଘଟଣ ଘଟିଲା ତାହାର ନିହାତି ଭାବେ ତଦନ୍ତ ହେବା ଦରକାର ବୋଲି ସାଧାରଣ ରେ ଦାବୀ ହେଉଛି।