ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଜଙ୍ଗଲ ଅତଲସରା ବିଟ ଅଞ୍ଚଳ ରୁ ଏକ ଜଙ୍ଗଲୀ ମୃତ ବାର୍ହl ଓ ଏକ ଦେଶୀ ବନ୍ଧୁକ ସହ ଜଣେ ଆସାମୀ ଗିରଫ ହୋଇଥିବା ଜଣାପଡ଼ିଛି l ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ପୁରୁଣାକଟକ ଥାନା ସାଲକଟା ଗ୍ରାମର ସୁଧୀର ଭୋକ୍ତା (35)ନିଜ ଶଶୁର ଘର ବନ୍ୟପ୍ରାଣୀ ଅଞ୍ଚଳ ମଧ୍ୟରେ ଥିବା ଘୁଙ୍ଗୁରପଡା କୁ ଯାଇଥିବା ବେଳେ ଗ୍ରାମର ଅନ୍ୟଦୁଇ ଶିକାରୀ ଙ୍କ ସହ ମିଶି ଜଙ୍ଗଲ କୁ ଶିକାର କରିବା ପାଇଁ ଯାଇଥିଲେ l

ଜଙ୍ଗଲ ମଧ୍ୟରେ ଏକ ଗୁଳି ଫୁଟୁଥୁବା ଶବ୍ଦ ଶୁଣିବାକୁ ପାଇଥିଲେ ନିୟୋଜିତ ଥିବା କର୍ମଚାରୀ l ଶବ୍ଦ ଶୁଣି କୁସଙ୍ଗ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ ହୋଇ ଶୀତଳ ପାଣି ବିଟ, କୁସଙ୍ଗ ଓ ନୂଆପଡା ବିଟ ର ତିନି ଦିଗରୁ ଅପରେସନ କରି ବାଣୁଆକୁ କାବୁ କରିବାକୁ ଚେଷ୍ଟା କରିଥିଲେ ହେଲେ ମୁଖ୍ୟ ଆସାମୀ ଆଉ ଜଣେ ଖସି ପଳେଇଥିଲେ l ଶେଷରେ ଜଣେ ଆସାମୀ ସହ ଏକ ଜଙ୍ଗଲୀ ବାର୍ହା ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ପାରିଥିଲା ବନ୍ୟ ପ୍ରାଣୀ ବିଭାଗ l

ଉକ୍ତ ମୃତ ବାର୍ହାକୁ ବ୍ଲକ ପଶୁ ଚିକିତ୍ସା ଅଧିକାରୀ ଡ଼ା. ବୀରେନ୍ଦ୍ର କୁମାର ପୃଷ୍ଟି ବ୍ୟବଚ୍ଛେଦ କଲା ସମୟରେ ଏକ ଗୁଳି ବାରହା ଦେହରୁ ବାହାର କରିବାରେ ସକ୍ଷମ ହୋଇଥିଲେ ଏବଂ ପରେ ମୃତ ବାରହା କୁ ପୋତି ଦେଇଥିବା ବେଳେ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଆସାମୀ କୁ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ଏବଂ ଫେରାର ଥିବା ମୁଖ୍ୟ ଆସାମୀ ନିରଞ୍ଜନ ପ୍ରଧାନ ଓ ତାଙ୍କ ସହଯୋଗି ଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି l ଅନ୍ୟପଟେ ଏହି ସର୍ଚ୍ଚ ଅପରେସନ ରେ ବନପାଳ ଲକ୍ଷ୍ମୀ ପ୍ରିୟା ଦେଇ, ଅନ୍ତର୍ଯ୍ୟାମୀ ଯାନୀ, ଶ୍ରୀନିବାସ କହଁର, ପ୍ରଶାନ୍ତ ଗୁରୁ ଙ୍କ ସମେତ ସ୍କlର୍ଡ କର୍ମଚାରୀ ନିୟୋଜିତ ଥିଲେ l