ହରଭଙ୍ଗା (ଚିତ୍ତରଞ୍ଜନସିଂହ) :28/07.ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗିରହିଛି।ଚଳିତ ବର୍ଷ ଲଗାଣ ବର୍ଷl ହେବା ଫଳରେ ହୀରାକୁଦ ଜଳ ଭଣ୍ଡାର ରୁ ପ୍ରଥମ ବନ୍ୟlଜଳ ରବିବାର ଦିନ ମହାନଦୀରେ ଛଡା ଯାଇଛି l ଏଥି ପାଇଁ ପୂର୍ବରୁ ହାଇ ଆଲଟ ଜାରି କରି ନଦୀ କୁଳିଆ ବାସୀଙ୍କୁ ଜିଲ୍ଲା ପ୍ରଶାସନ ସତର୍କ କରାଇଥିଲେ l ସୂଚନା ଅନୁଯାଇ ହୀରାକୁଦ ଜଳଭଣ୍ଡାର ରୁ ପର୍ଯ୍ୟାୟ କ୍ରମେ 20ଗୋଟି ଗେଟ ଦେଇ ବର୍ତମାନ ଜଳ ନିଷ୍କାସନ ହେଉଅଛି।ଯାହା ଦ୍ୱାରା ମହାନଦୀ ରେ ଜଳ ସ୍ତର ସାମାନ୍ୟ ବୃଦ୍ଧି ପାଇଛି।ଏପଟେ ଲଗାଣ ବର୍ଷା ରେ ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀର କୁ ସଂଯୋଗ କରୁଥିବା ଶାଖା ନଦୀ ତେଲ ନଦୀ, ବାଘ ନଦୀ ଓ ଛୋଟ ବଡ଼ ନାଳ ର ବର୍ଷା ଜଳ ମହାନଦୀ ରେ ମିଶି ତଳ ମୁହଁ ଯାହାଜି ଜିଲ୍ଲାର ହରଭଙ୍ଗା ବ୍ଲକ ମହାନଦୀ ଜଳ ଫୁଲିବାରେ ଲାଗିଛି ଓ କୂଳ ଲଙ୍ଗୁଛି l

ପ୍ରତି ବର୍ଷ ବର୍ଷା ଦିନେ ଏହି ବ୍ଲକ ରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଯାଏ ଓ ବହୁ ଧନ ଜୀବନ କ୍ଷୟ କ୍ଷତି ହୋଇଥାଏ l ସେ ନେଇ ନଦୀ କୁଳିଆ ବାସୀ ବର୍ତମାନ ଆତଙ୍କିତ ଅବସ୍ଥା ରେ ଅଛନ୍ତି।ବର୍ତମାନ ମହାନଦୀରେ ଯେତିକି ଜଳ ଅଛି ହୀରାକୁଦ ର ଜଳ ଆସିବା ପରେ  ବ୍ଲକ ର ମରଡ଼ା,  ଅତଲସରା,କୋଡାସିଙ୍ଗl,ଖଣ୍ଡି ଧଳପୁର, ପାଣିଘରା, ହରଭଙ୍ଗା ଆଦି ଗ୍ରାମ ରେ ବନ୍ୟା ପରିସ୍ଥିତି ଦେଖାଯିବ ବୋଲି ଏହି ଅଞ୍ଚଳ ବାସି ଆଶଙ୍କାରେ ଅଛନ୍ତି।

ବର୍ତମାନ ମହନଦୀ ର ଜଳସ୍ତର 85:33 ମିଲି ମିଟର କିନ୍ତୁ ବିପଦ ସଂକେତ ହେଉଛି 87:80ମିଲି ମିଟର।ବର୍ତମାନ ବ୍ଲକ ର ମାରଡ଼ା ଗାଁ ଜଳବନ୍ଦୀ ଓ ବାହ୍ୟ ଜଗତ ରୁ ବିଛିନ୍ନ।ଅନ୍ୟ ପଟେ ଜଗନ୍ନାଥ ସଡ଼କ ବଲାଟ ସେତୁ ଓ ସାକୁସିଙ୍ଗା ସେତୁ ଠାରେ ଜଗନ୍ନାଥ ସଡ଼କ ଜଳ ମଗ୍ନ ହୋଇ ବିଛିନ୍ନ ରହିବ ବୋଲି ମଧ୍ୟ ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି l ତେଣୁ ବନ୍ୟା ପରିସ୍ଥିତି ଆସିବା ଆଗରୁ ନଦୀ କୁଳିଆ ଅଂଚଳ ବାସି ଙ୍କ ସମେତ ଗୃହ ପାଳିତ ପଶୁ ଙ୍କୁ ନଦୀ କୂଳରୁ ନିବୃତ ରହିବା ସହିତ ପ୍ରଶାସନ ସଜାଗ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଙ୍କ ମହଲ ରେ ଚର୍ଚ୍ଚା ହେଉଛି।