କେସିଙ୍ଗା :  (ପ୍ରୀତେଶ ପଟେଲ)ମାନସିକ ରୋଗୀଙ୍କ ମସ୍ତିଷ୍କରେ କଣ ଚାଲିଥାଏ କିଏ ଭି ଜାଣିପାରନ୍ତି ନାହିଁ କିନ୍ତୁ କେବେ କେବେ ଜୀବନ ମଧ୍ୟ ଚାଲିଯାଏ | ତାହା ହିଁ ଦେଖିବାକୁ ମିଳିଛି କେସିଙ୍ଗା ରେଲୱେ ଷ୍ଟେସନ ଠାରୁ ପ୍ରାୟ ୪କି.ମି ଦୂରରେ ଜଣେ ୪୫ ବର୍ଷୀୟ ଯୁବକ  ଗତ ବିଳମ୍ବିତ ରାତ୍ରିରେ ଟ୍ରେନରେ କଟି ଡୁମେରମୁଣ୍ଡା ଗ୍ରାମ ନିକଟରେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଲମ୍ବୋଦର ଗୌଡ଼ ସିରୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଢ଼ଖମ୍ବ ଗ୍ରାମର ବୋଲି ଜଣାପଡିଛି।

ସେ ଜଣେ ମାନସିକ ରୋଗୀ, ପୂର୍ବରୁ କେତେ ଥର  ଟ୍ରେନକୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା। ସେ ମାନସିକ ରୋଗୀ ହେତୁ ଗତକାଲି ବିଳମ୍ବିତ ରାତ୍ରି ସିରୋଲ ଗ୍ରାମ ଦେଇ ଡୁମେରମୁଣ୍ଡା ଯାଉଥିବା ବେଳେ କାଣ୍ଡେଲ ରୋଡ଼ରୁ କେସିଙ୍ଗାକୁ ସଂଯୋଗ ହୋଇଥିବା ରେଲୱେ ଲାଇନରେ ଟ୍ରେନ ଧକ୍କାରେ ଲମ୍ବୋଦରର ମୃତ୍ୟୁ ଘଟିଛି। ଟ୍ରେନ୍ ପାଇଲଟ୍ ଏ ବିଷୟରେ କେସିଙ୍ଗା ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ।

ଷ୍ଟେସନ ମାଷ୍ଟର ଟିଟିଲାଗଡ ଜି.ଆର.ପି ଙ୍କୁ ମେସେଜ୍ ଦେଇଥିଲେ। ମେସେଜ୍ ପାଇ ଜି ଆର ପି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି, ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯାଇଛି।