ଧର୍ମଗଡ଼ ତା ୧/୮/୨୪ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ହେଲେ ଓଡ଼ିଶା ବିଧାନସଭାର ଗୁରୁତ୍ବ ପୂର୍ଣ୍ଣ ବିଭାଗୀୟ ସମ୍ପର୍କିତ ସ୍ଥାୟୀ କମିଟି ( ୭) ର ଅଧ୍ୟକ୍ଷ ରୂପେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ପରାମର୍ଶକ୍ରମେ ବାଚସ୍ପତି ସୁରମା ପାଢୀ ଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି।
ଶ୍ରୀ ପାଟ୍ଟଯୋଷୀ ଙ୍କ ବ୍ୟତୀତ ବିଭିନ୍ନ ଦଳର ୧୧ ଜଣ ବିଧାୟକ ଏଥିରେ ସଦସ୍ୟ ରହିଛନ୍ତି। ରାଜ୍ୟ ସରକାର ଙ୍କ ଶିଳ୍ପ, ଇସ୍ପାତ, ଖଣି, ବାଣିଜ୍ୟ, ପରିବେଶ, ପରିବହନ, ଜଳବାୟୁ, ପରିଵର୍ତନ, ଯୋଜନା ଓ ସମନ୍ୱୟ ଏଵଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗୁଡିକ ପାଇଁ ଏହି କମିଟି କାମ କରିବ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ