ବୌଦ୍ଧ ଡିଭିଜନ ରେ ପ୍ରଥମ ପର୍ଯାୟ ରେ ଲାଗିବ 53 ହଜାର ତାଳ ଗଛ

ହରଭଙ୍ଗା 3/8/24( ଚିତ୍ତ ରଞ୍ଜନ ସିଂ ) ଓଡ଼ିଶାରେ ନୂତନ ସରକାର ଙ୍କ ପ୍ରୟାସ ରେ ଜଙ୍ଗଲ ବିଭାଗ କୁ ଗୁରୁ ଦାଇତ୍ୱ ଦିଆ ହୋଇଛି। ଓଡିଶା ର ପ୍ରତ୍ୟକ ଜିଲ୍ଲା ରେ ଯେତିକି ଜଙ୍ଗଲ ପରପୁର୍ଣ ସେହି ଜ଼ିଲ୍ଲା ମାନଙ୍କ ରେ ଲାଗିବ ତାଳ ଗଛ। ଏହାର ମୁଖ୍ୟ ଉଧେଶ୍ୟ ବିଜୁଳି କୁ ନିୟନ୍ତ୍ରଣ କରିବା। ଏ ନେଇ ରିସର୍ଚ୍ଚ କରିଛନ୍ତି ବୈଜ୍ଞାନିକ ମାନେ l ଏଣୁ ଏହି ଗଛ ଲଗାଇବା ଦେଖିବାକୁ ମିଳିଛି ବୌଦ୍ଧ ବନଖଣ୍ଡ ର ସମସ୍ତ ରେଞ୍ଜ ମାନଙ୍କରେ। ମୁଖ୍ୟତଃ ଜଙ୍ଗଲ ର ସୀମା ବାଉଣ୍ଡ୍ରି ମାନଙ୍କ ରେ 12 ଫୁଟ ଦୂରତା ରେ ଗୋଟି

ଏ ଲେଁଖା ତାଳ ଗଛ ଲଗାଇବା ପାଇଁ ରେଞ୍ଜ ଅଧିକାରୀମାନଙ୍କୁ ତାଲିମ ଦିଆ ହୋଇଛି।ଏବଂ ଜାତୀୟ ରାଜ ପଥରେ ମଧ୍ୟ ତାଳ ଗଛ ଲାଗିବା ନେଇ ମାଧପୁର ରେଞ୍ଜ ଅଧିକାରୀ ଆସିକ କୁମାର ଦିଗାଲ ସୂଚନା ଦେଇଛନ୍ତି l ଚଳିତ ବର୍ଷ ପ୍ରଥମ କରି ବୌଦ୍ଧ ଡିଭିଜନ ରେ 53 ହଜାର ତାଳ ଗଛ ଲାଗିବା ସହିତ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ଗଛ ଲଗାଯିବା ପାଇଁ ବିଭାଗ ତରଫରୁ ନିଷ୍ପତି ହୋଇଛି ବୋଲି ଡ଼ି ଏଫ ଓ ଦେବ ପ୍ରିୟ କମ୍ପ ସୂଚନା ଦେଇଛନ୍ତି l

ତାଳ ଗଛ ଲାଗିବା ଦ୍ୱାରା ବିଜୁଳି ମାରିପାରିବନାହିଁ କାରଣ ବିଜୁଳି ରେ ପ୍ରତିବର୍ଷ ବହୁ ଲୋକ ଙ୍କ ଧନ ଜୀବନ ଚାଲି ଯାଇଥାଏ l ସରକାର ଗବେଷଣା କରି ଏଭଳି ପଦକ୍ଷେପ ନେଇଥିବାରୁ ଜ଼ିଲ୍ଲା ପ୍ରଶାସନ ତଥା ଜଙ୍ଗଲ ବିଭାଗ ଙ୍କୁ ସାଧାରଣ ଜନତା ଭୁୟସୀ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି।