ହରଭଙ୍ଗା (ଚିତ୍ତରଞ୍ଜନସିଂ) ପ୍ରାଣୀ ହେଲେ ବୋଲି ତାଙ୍କୁ କଣ ଚିକିତ୍ସା କରିବା ନାଇଁ l ତାଙ୍କ ପାଟି ଫିଟୁନି ବୋଲି ସେମାନେ କଣ ଜୀବନ ନାଇଁ l ହିନ୍ଦୁ ଶାସ୍ତ୍ର ରେ ଆଦ୍ୟ ଦେବତା ହେଉଛି ଗୋ ମାତା l କିନ୍ତୁ ତାଙ୍କୁ ମିଳୁନି ଉତ୍ତମ ଚିକିତ୍ସା ସେବା l ଏଭଳି ଅଭିଯୋଗ ଆଣିଛନ୍ତି ଚାଷୀ ଶ୍ୟାମ ସୁନ୍ଦର ଅମାତ l ସୂଚନା ମତେ ହରଭଙ୍ଗା ବ୍ଲକ ତିଳେଶ୍ୱର ଗ୍ରାମର ଚାଷୀ ଶ୍ୟାମ ସୁନ୍ଦର ଅମାତଙ୍କ ଏକ ବଳଦ ଚରିବାକୁ ନିକଟସ୍ତ ପଡିଆ କୁ ଯାଇଥିଲା l ବଳଦ ଟି ଘରକୁ ଆସିଲା ପରେ ହଟାତ ପାଟିରୁ ଅତ୍ୟଧିକ ନାଳ, ଏବଂ ରକ୍ତ ଝାଡା ହୋଇ ଗୁରୁତର ଭାବେ ଛଟ ପଟ ହୋଇ ରଢ଼ି ଛାଡୁଥିଲା l
ଚାଷୀ ଦେଖି ବିକଳ ହୋଇ ତୁରନ୍ତ ସ୍ଥାନୀୟ ଧଳପୁର ପ୍ରାଣୀ ସହାୟକ ଥିବା ଅମରେଶ ମହାକୁଡ଼ ଠୁ ଆରମ୍ଭ କରି ପୁରୁଣା କଟକ ପ୍ରାଣୀ ଚିକିତ୍ସକ ଡା.ମିଲନ ରାଉତ ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ l ଏପଟେ ବଳଦ ର ଦୁରାବସ୍ଥା ଦେଖି ଚାଷୀ ସମେତ ଗୋ ପ୍ରେମୀ ଙ୍କ ମନରେ ବହୁତ କଷ୍ଟ ଅନୁଭବ ହେବା ସହ ସମ୍ପୃକ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ ଙ୍କ ଅବହେଳା କାର୍ଯ୍ୟ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ l
ଶେଷରେ ବଳଦ ର ମୃତ୍ୟୁ ହୋଇଯାଇଥିଲା ଘଟଣା କୁ ନେଇ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପୃଷ୍ଟି ଙ୍କୁ ପଚାରିବାରୁ ମୁଁ ବାହାରେ ଅଛି ଏକ ତାଲିମ ପାଇଁ ଆସିଛି କହିଥିଲେ l ଅନ୍ୟପଟେ ବଳଦ ଉପରେ ଚାଷୀ ନିର୍ଭର କରି ଚାଷ କାର୍ଯ୍ୟ କରୁଥିବାବେଳେ ଲୋନ କରି 30ହଜାର ଟଙ୍କା ରେ ବଳଦ କିଣିଥିଲେ କିନ୍ତୁ ଚିକିତ୍ସା ଅଭାବରୁ ବଳଦ ର ମୃତ୍ୟୁ ହେବାରୁ ଚାଷୀ ବର୍ତମାନ ହତାଶ ହୋଇ ପଡିଛି l ତୁରନ୍ତ କ୍ଷତି ଗ୍ରସ୍ତ ଚାଷୀ କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି l