
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଲରେ ପୋଲିସ ବନ୍ଧୁକରୁ ଫୁଟିଲା ଗୁଳି ଓ ଏଥିରେ ଦୁଇ ମୃତ । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ । ବିନିକା ଥାନା ଚୁଲିମାଲ ରେ ଘଟିଛି ଏହି ଘଟଣା । ଉଭୟଙ୍କୁ ବିନିକା ଡାକ୍ତରଖାନାରେ ରଖାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା l
ଉଭୟ ମୃତକ ବିନିକା ବ୍ଲକ ଭଣ୍ଡାର ପଂଚାୟତ ଚୁଲିମାଲ ଗାଁର ବୋଲି ଜଣା ପଡ଼ିଛି ।ଗାଁର ଏକ ଖୋଲା ପଡିଆରେ ପଡିଥିଲା ମୃତଦେହ । ମୃତକଙ୍କ ମୃତଦେହ ନିକଟରୁ ମିଳିଛି ପୋଲିସ ସର୍ଭିସ ରିଭର୍ବଳ । କୀଏ ଓ କାହିଁକି ଗୁଳି କରିଛି ବର୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି । ମୃତ କନେଷ୍ଟବଳ ଜଣକ ପିଏସଓ ଥିବା ସୂଚନା ମିଳିଥିବା ବେଳେ ଘଟଣା ସ୍ଥଳ କୁ ସୋନପୁର ଆରକ୍ଷୀ ଅଧିକ୍ଷକ ଗସ୍ତ କରିଛନ୍ତି ।