
ହରଭଙ୍ଗା ୦୭/୦୮(ଚିତ୍ତ ରଞ୍ଜନ ସିଂ )ମଙ୍ଗଳବାର ଦିନ ୧୦ଘ ସମୟ ରେ ଜାନକୀ ଭିକାରି ଉଚ୍ଚ ବିଦ୍ୟାଳୟ ମାଉଲସିଙ୍ଗା ଠାରେ ଜିଲ୍ଲା ସ୍ତରୀୟ ଇକୋ ମୋଡେଲ ପ୍ରଦର୍ଶନୀ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ କୁ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ଉଦଘାଟନ କରିଥିଲେ।ଦ୍ୱିତୀୟାର୍ଦ୍ଧରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମେହେର ଙ୍କ ଅଧକ୍ଷତା ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବରେ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗେନ୍ଦ୍ରା ଗୁଜୁର, ସନମାନିତ ଅତିଥି ଭାବରେ ବୌଦ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ, ପ୍ରମୁଖ ମଂଚାସୀନ ଥିଲେ, ଜିଲ୍ଲା ସ୍ତରରୁ ପ୍ରାୟ ୩୦ ଗୋଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।୩୦ ଗୋଟି ପ୍ରକଳ୍ପ ମଧ୍ୟରୁ ପ୍ରଥମ ସ୍ଥାନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ, ଦ୍ୱିତୀୟ ସ୍ଥାନ ଆମ୍ବଗାଁ ୟୁ ପି ସ୍କୁଲ ଓ ତୃତୀୟ ସ୍ଥାନ ନୋଡାଲ ହାଇସ୍କୁଲ ସରସରା କୁ ଯଥାକ୍ରମେ ୫୦୦୦/୩୦୦୦/୨୦୦୦ ସହ ଟ୍ରଫି ପ୍ରଧାନ କରାଯାଇଥିଲା।
ବିଚାରକ ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଦାନନ୍ଦ ଜାଲ,ଯୁଧିଷ୍ଠିର ବେହେରା,ନିରୋଦ ମେହେର କାର୍ଯ୍ୟ ସମ୍ପାଦନ କରିଥିଲେ।’ସୁସ୍ଥ ପରିବେଶ’ ଶୀର୍ଷକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିବାସୀ ହାଇସ୍କୁଲ ନୁଆଁପାଲି ର ଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ।ଶେଷରେ ଜିଲ୍ଲାର ଶାରୀରିକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଆନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।