ହରଭଙ୍ଗା ୭/୮ (ଚିତ୍ତ ରଞ୍ଜନ ସିଂ ) ସରକାର ଜନ କଲ୍ୟାଣ ଉଧେଶ୍ୟ ରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ କୋଠା ବାଡ଼ି କମିଟି ସେଣ୍ଟର କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି ହେଲେ ପରିତାପର ବିଷୟ ଯେଉଁ କଲ୍ୟାଣ ମଣ୍ଡପରେ ବଡ ବଡ ମିଟିଙ୍ଗ, ସାମୁହିକ ଭୋଜି ଭାତ କିମ୍ବା ମହିଳା ମାନଙ୍କ ର ମିଶନ ଶକ୍ତି ଟ୍ରେନିଂ ମିଟିଙ୍ଗ ହୁଏ କିମ୍ବା କୌଣସି ନେତା ମନ୍ତ୍ରୀ ଆସିଲେ ଟିକେ ବସିବେ କିମ୍ବା ବିଶ୍ରାମ ନେବେ ସେହି ଉଧେଶ୍ୟ ରେ ସରକାର କରିଛନ୍ତି ଯାହାକି ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ର ଅତି ଦୁର୍ଗମ ପଂଚାୟତ ତଳଗାଁ ପୁଣି ବ୍ଲକ ର ୨୨  ଟି ପଂଚାୟତ ମଧ୍ୟରୁ ତଳଗାଁ କଲ୍ୟାଣ ମଣ୍ଡପ ଅତି ଚକଚକ୍ୟ ପୁଣି ବାହାର କାନ୍ଥ ରେ ବିଭିନ୍ନ ସୀନେରୀ ତିଆରି ହୋଇଛି

ହେଲେ ଦୁଃଖର କଥା କାହା ଅନୁମତି ରେ କେବେ ସିମେଣ୍ଟ ଗୋଦାମ ତ ପୁଣି କେବେ ସାର ଗୋଦାମ ଯାହାକି ଆସନ୍ତା କାଲି ଗୁରୁବାର ଦିନ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ ଙ୍କ ତଳଗାଁ ଗସ୍ତ ଥୀବା ବେଳେ ବର୍ଷା ଦିନ ହେତୁ ବାହାରେ ବସିବା ସମ୍ଭବ ନ ଥିବାରୁ କଲ୍ୟାଣ ମଣ୍ଡପ ରେ କିଛି ସମୟ ବସି ଅଂଚଳ ର ଜନ ସାଧାରଣ ଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଜାଗା ନିରୂପଣ ହୋଇ ଥୀବା ବେଳେ କଲ୍ୟାଣ ମଣ୍ଡପ ରେ ଟ୍ରିପ ଟ୍ରିପ ସାର ଗଦା ହୋଇଛି l

ଏଣୁ ଆମ ତଳଗାଁ ପଂଚାୟତ ର ପୂର୍ବ ତନ ସମିତି ସଭ୍ୟ କୁନା ବେହେରା ଏହା ଦେଖି ବିରକ୍ତି ହୋଇ ଦାଇତ୍ୱ ରେ ଥିବା ଅଧିକାରୀ ଜଣକୁ କିଏ ଅନୁମତି ଦେଇ ଛନ୍ତି ସାର ରଖିବା ପାଇଁ ବୋଲି ପଚାରି ଥିଲେ ସେ କିଛି ନ କହି ନିରବ ରହିଥିଲେ l ଏଣୁ ଏଭଳି ଜନ ସାଧାରଣ ଙ୍କ କାମରେ ଆସୁଥିବା ମଣ୍ଡପ କୁ ନିଜ ମନ ମୁଖିରେ ପଂଚାୟତ କର୍ତ୍ୟୁ ପକ୍ଷ ଚଳାଉ ଥିବାରୁ ଜନ ସାଧାରଣ ରେ ଅଶାନ୍ତି ଦେଖା ଦେଇଛି l ଏଣୁ ଜ଼ିଲ୍ଲା ପାଳ ଏହାର ପୁଙ୍ଖାନୁ ପୁଙ୍ଖ ଭାବେ ତଦନ୍ତ କରିବା ପାଇଁ ଦାବି ହେଉଛି।