ଧର୍ମଗଡ଼ ୮/୮/୨୪ (ହେମନ୍ତ କୁମାର ମାଝୀ)ସରକାର ଲୋକମାନଙ୍କ ଯାତାୟାତ ପାଇଁ କୋଟି କୋଟି ଟଙ୍କା ଖର୍ଚ କରି ଉଚ୍ଚ ମାନର ରାସ୍ତା, ଡ୍ରେନ, ବ୍ରିଜ, ଭଲି ବିଭିନ୍ନ ସୁବିଧା ସୁଯୋଗ ଯୋଗାଉଥିବା ବେଳେ ଠିକାଦାର ଓ ଵିଭାଵଗିୟ ଅଧିକାରୀ ମାନେ ମିଶି ଲୁଟି ରାତାରାତି ମାଳାମାଳ ହେବା ପାଇଁ ସ୍ବପ୍ନ ଦେଖିଥିବା ଅଭିଯୋଗ ହେଉଛି। ତାହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ ଏ ୧୩୦ ସି ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ରାସ୍ତା ରେ ଉକ୍ତ ରାସ୍ତା ତିଆରି ପାଇଁ ଦାଇତ୍ୱ ନେଇଥିଲା ରାଜ ଲକ୍ଷ୍ମୀ କନଟ୍ରକସନ ନାମକ ଏକ ଠିକାଦାର ସଂସ୍ଥା ତିଆରି ଦାଇତ୍ୱ ଦେଉଥିବା ଦେଖିବାକୁ ମିଳିଥିଲା।

ଠିକାଦାର ସଂସ୍ଥା ଏଵଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ତୃଟିପୂର୍ଣ୍ଣ ଡ୍ରେନ ତିଆରି ଯୋଗୁଁ ଧର୍ମଗଡ଼ ସିଟି ସ୍କୁଲ ଛକ ନିକଟରେ ବର୍ଷା ହେଲେ ରାସ୍ତା ଉପରେ ଦୁଇ ରୁ ତିନି ଫୁଟ ପାଣି ରହି ନିଷ୍କାସନ ହୋଇନଥିବା ଅଭିଯୋଗ ହେଉଛି ଏଵଂ ବର୍ଷା ଆରମ୍ଭ ମାତ୍ରେ ସିଟି ସ୍କୁଲ ପାଖର ଥିବା ଦୋକାନ ଗୁଡ଼ିକୁ ବନ୍ଦ କରିଦେଇ ଥିବା ଦେଖିବାକୁ ମିଳୁଛି ଏଵଂ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଠିକ ସେହିପରି ରାସ୍ତା ତିଆରି ହୋଇ ଏକ ବର୍ଷ ନ ହେଉ ହେଉ ଧର୍ମଗଡ଼ ସମସାନ ଘାଟ ପାଖରେ ରାସ୍ତା ମରାମତି କରାଯାଇଥିଲା କେତେ ଵେଲେ ପିଚୁ ରାସ୍ତା ଉପରେ କ୍ରସର ଗୁଣ୍ଡ ତୋ କେତେବେଳେ କ୍ରସର ଗୁଣ୍ଡ ଉପରେ କଂକ୍ରିଟ ଦେଇ ମରାମତି ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା

ହେଲେ ବିଭାଗୀୟ ଅଧିକାରୀ କି ପଦକ୍ଷେପ ନେଇଥିଲେ କିଛି ଲୋକ ଲୋଚନକୁ ଆସିଲା ପରି ଅନୁଭବ ହେଲା ନାହିଁ। ଗତ କାଲି ର ବର୍ଷା ହେଵା ଫଳରେ ଠିକ ସେହିପରି ଏବେ ଧର୍ମଗଡ଼ ଵସଷ୍ଟାନ ପାଖର ରାସ୍ତା ର ଏକ ପଟେ ଭାଙ୍ଗି ଯିଵା ଫଳରେ ଆଜି ପୁଣି ଏକ ହାଇଵା ଗାଡ଼ି ରେ କ୍ରସର ଗୁଣ୍ଡ ଦେଇ ମରାମତି କରୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ଵିଭାଵଗିୟ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲୁ ହେଲେ ଯୋଗାଯୋଗ ହୋଇପାରି ନଥିଲା । ଖବର ପ୍ରକାଶ ପରେ ଵିଭାଵଗିୟ ଅଧିକାରୀ କି ପଦକ୍ଷେପ ନେଇଛନ୍ତି। ତାହା ଦେଖିବାକୁ ବାକି ରହିଲା