ହରଭଙ୍ଗା ୮/୮ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ବିଧାୟକ ତଥା ଶାସକ ଦଳ ର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୁରୁବାର ଦିନ ଜିଲ୍ଲା ର ହରଭଙ୍ଗା ବ୍ଲକ 9 ନମ୍ବର ଜୋନ ର ସଂକୁଲେଇ, ଛତ୍ରଙ୍ଗ, କୁସଙ୍ଗ ଓ ତଳଗାଁ ପଞ୍ଚାୟତ କୁ ଗସ୍ତ କରି ଲୋକମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ମୁଖ୍ୟ ସଚେତକ ପଦ ମିଳିବା ପରେ ଏହି ଗସ୍ତ ପ୍ରଥମ ହୋଇଥିବାରୁ ଜନସାଧାରଣ ଙ୍କ ମନରେ ବହୁ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା ଏବଂ ସମସ୍ତେ ଆନନ୍ଦ ର ସହିତ ନାମ ସଂକ୍ରିତନ କରି ବାଜା ବଜେଇ ହୁଳହୁଳି ପକେଇ ସମ୍ବର୍ଦ୍ଧିତ କରିଥିଲେ।ବିଧାୟକ ମଧ୍ୟ ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଆଦି ସମସ୍ୟା ଉପରେ ଗୁରୁତ୍ୱ ଦେଇ ସେ ଗୁଡ଼ିକ ର କେମିତି ଶୀଘ୍ର ସମାଧାନ ହୋଇପାରିବ ସେଥିପାଇଁ ପ୍ରତିଶୃତି ଦେଇଥିଲେ।
ଛତ୍ରଙ୍ଗ ଶିଶୁ ମନ୍ଦିର ପରିଦର୍ଶନ କରି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। କୁସଙ୍ଗ ଠାରେ 20 ବର୍ଷ ତଳେ ଏକ ହୋମିଓ ପାଥି ଡାକ୍ତରଖାନା କରାଯାଇଥିଲା। ଯେଉଁ ଟା କି ସବୁବେଳେ ବନ୍ଦ ରହିଥାଏ। ଏବଂ ଯେତେବେଳେ ବି ଖୋଲା ରହେ ପିଅନ ଦ୍ୱାରା ପରିଚାଳିତ ହୋଇଥାଏ। କୁସଙ୍ଗ, ମହାଲିକପଡ଼ା ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବାରୁ ଏକ ସରକାରୀ ଡାକ୍ତରଖାନା କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଥିଲେ। ପୂର୍ବ ସରକାର ଙ୍କ ପକ୍ଷରୁ ଏ ଦିଗରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା କିନ୍ତୁ କାର୍ଯକାରୀ ହୋଇ ନଥିବାରୁ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଥିଲେ।
ଏ ଦିଗରେ ବର୍ତମାନ ର ଡବଲ ଇଂଜିନ ସରକାର ଶୀଘ୍ର ପଦକ୍ଷେପ ନେବେ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ। ଶୀତଳ ପାଣି ଠାରୁ ବଡମୁଳ ଜଗନ୍ନାଥ ସଡ଼କ, ଏହା ଅଭ୍ୟାରଣ୍ୟ ଅଞ୍ଚଳ। ଉକ୍ତ ଅଞ୍ଚଳ କୁ ବନ୍ୟପ୍ରାଣୀ ବିଭାଗ ଛାଡ଼ୁ ନ ଥିବାରୁ ଏହାକୁ ପୁନଃଉଦ୍ଧାର କରାଯାଇ କୁସଙ୍ଗ ଠାରୁ ହାତୀଗଡ଼, ଗେରେଡ଼ିସାହି ଦେଇ ବଡ଼ମୂଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ ରଖିଥିଲେ।
ଏ ଦିଗରେ ବିଭଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଜିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ।ବିଧାୟକ ତଥା ମୁଖ୍ୟ ସଚେତକ ଙ୍କ ଏହି ଗସ୍ତ ସମୟରେ ସଂକୁଲେଇ ସରପଞ୍ଚ, କୁସଙ୍ଗ ସରପଞ୍ଚ ରଞ୍ଜିତ ବେହେରା ଙ୍କ ସମେତ ଅରୁପ ଦୀପ ,ଙ୍କ ସହିତ ମଣ୍ଡଳ ସଭାପତି ତପନ ଡାଙ୍ଗ, ଅନିଲ ସିଂ, କାଇଁଚ ପ୍ରଧାନ, ପ୍ରଶ୍ନ ପ୍ରଧାନ,ଗଙ୍ଗାଧର ପ୍ରଧାନ, ଶୁଭମ ଲାଲ, କାନ୍ହୁ ଚରଣ ନାଥ, ରଂଜିତ ବେହେରା, ସଂଗ୍ରାମ ବେହେରା,ଛଚିନ୍ଦ୍ର ମହାକୁଡ ଙ୍କ ସମେତ ବହୁ ଲୋକ ଯୋଗ ଦେଇଥିଲେ