
କେସିଙ୍ଗା; ୯/୮ (ପ୍ରୀତେଶ ପଟେଲ)ଗତକାଲି କେସିଙ୍ଗା ବୋରିଙ୍ଗପଦର ର ବୈବସୁତ ରଣା (୫୦) ମାଛ ମାରିବାକୁ ସ୍ଥାନୀୟ ସାଗର କୁ ଯାଇ ନିଖୋଜ ଘଟଣାର ପ୍ରାୟ ୩୦ ଘଣ୍ଟା ପରେ ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ଦମକଳ ବାହୀନି ସାଗର ମଝିରୁ ବୈବସୁତ ଙ୍କ ମୃତ ଦେହ କୁ ଠାବ କରିବାରେ ସଫଳ ହେଇଛି।
ଏଠାରେ ପ୍ରକାଶ ଥାଉ କି ଗତ ବୁଧବାର ଦିନ ସକାଳ ୯ ଘଣ୍ଟା ସମୟରେ କେସିଙ୍ଗା ବୋରିଙ୍ଗପଦର ର ବୈବସୁତ ରଣା ନିଜ ପୁଅ ସହିତ ମାଛ ମାରିବାକୁ ସ୍ଥାନୀୟ ସାଗର କୁ ଯାଇ ଫେରି ନ ଥିଲେ ସାଥିରେ ଯାଇଥିବା ତାଙ୍କ ପୁଅ କିଛି ସମୟ ଅପେକ୍ଷା କରି ବାପା ନ ଫେରିବାରୁ ଘରକୁ ଆସି ସବୁକଥା କହିବା ପରେ ପରିବାର ଲୋକ ଖୋଜିବାକୁ ପାଣି ଭିତରକୁ ଯାଇ ନିରାଶ ହୋଇଥିଲେ।
ପରେ ବୁଧବାର ଦିବା ୧ ଘଣ୍ଟା ସମୟରେ ସ୍ଥାନୀୟ ଦମକଳ ବାହିନୀ କୁ ଖବର ଦେବା ପରେ ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ପାଣି ଭିତରକୁ ଯାଇ ଖୋଜା ଖୋଜି କଲାପରେ ମଧ୍ୟ ସନ୍ଧ୍ୟା ୬.୩୦ ମି଼ ପର୍ଯ୍ୟନ୍ତ ମୃତକ କୁ ପାଇ ନଥିଲେ।ପୁଣି ଗୁରୁବାର ସକାଳୁ ସେହି ସାଗର କୁ ଯାଇ ଦମକଳ ବାହିନୀ ଖୋଜା ଖୋଜି ଆରମ୍ଭ କରି ଶେଷରେ ଗୁରୁବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ପାଣି ଭିତରୁ ମୃତକ ର ଶବ ପାଇଥିଲେ।