ହରଭଙ୍ଗା ୯/୮ (ଚିତ୍ତ ରଞ୍ଜନ ସିଂ )ଗୁରୁବାର ଦିନ ସରକାରୀ ଦଳ ର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ହରଭଙ୍ଗା ବ୍ଲକ ର ସବୁ ପଞ୍ଚାୟତ ପରିଦର୍ଶନ କରି ସନ୍ଧ୍ୟା ସମୟରେ ଦୁର୍ଗମ ଆଦିମ ଅଧୁଷିତ ତଳଗାଁ ପଂଚାୟତ ପଂହଁଚି ଥିଲେ। ସେତେବେଳକୁ ସନ୍ଧ୍ୟା ୬ ଟା ହୋଇଥିଲା। ଦଳୀୟକର୍ମୀ ଓ ଜନସାଧାରଣ ଙ୍କ ଏତେ ମାତ୍ରା ରେ ଆଗ୍ରହ ଉତ୍କଣ୍ଠା ଥିଲା ଯେ ରାତି ପର୍ଯ୍ୟନ୍ତ ପ୍ରିୟ ବିଧାୟକ ଙ୍କୁ ଅନାଇ ବସିଥିଲେ। କେତେ ବେଳେ ଆମ ପ୍ରିୟ ବିଧାୟକ ପହଂଚିବେ ଏବଂ ଆମ ସମସ୍ୟା ଆମେ ଜଣାଇବୁ। ଏହା ହିଁ ଥିଲା ତାଙ୍କର ଲକ୍ଷ। ଯେତେବେଳେ ବିଧାୟକ ପହଂଚିଥିଲେ ବାଜା ବାଣ ରେ କମ୍ପି ଉଠିଥିଲା ଅଂଚଳ।ସରୋଜ ଭାଇ ଜିନ୍ଦା ବାଦ କହି ପାଛୋଟି ନେଇ ଥିଲେ ବାବା ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଦଳୀୟ ସଭା ସ୍ଥଳକୁ।

ଏଥିରେ ତଳଗାଁ ପଂଚାୟତ ର ପୂର୍ବ ତନ ସରପଂହଁ, ରବିନାରାୟଣ ପ୍ରଧାନ ପୂର୍ବତନ ସମିତି ସଭ୍ୟ କୁନା ବେହେରା , ପୂର୍ବତନ ସମିତି ସଭ୍ୟ ନିତ୍ୟାନନ୍ଦ ପ୍ରଧାନ ଯୁବ ବି ଜେ ପି କର୍ମୀ ସୁଜିତ ବେହେରା ବୀରେନ୍ଦ୍ର ବେହେରା , ଅଛୁତାନନ୍ଦ ମିଶ୍ର, ସତ୍ୟ ନାରାୟଣ ଯାନୀ ଅର୍ଜୁନ ବେହେରା ଙ୍କ ଶହ ଅନ୍ୟାନ୍ୟ କର୍ମୀ ଉପସ୍ଥି ତ ଥିଲେ ଏବଂ ଅଂଚଳ ର ମୁଖ୍ୟ ସମସ୍ୟା କୁସଙ୍ଗ ଠାରୁ ଵାଣିଗୋଚ୍ଛା ପର୍ଯ୍ୟନ୍ତ ରାସ୍ତା , ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପଂଚାୟତ ର ଅତି ଦୁର୍ଗମ ଇଲାକା ସାନଖଜୁରୀ, ବଡଖଜୁରୀକୁ କୁ ଖଣ୍ଡିଏ ସବୁଦିନିଆ ରାସ୍ତା ଏବଂ ରାଣୀଶାହୀ, ବୁରୁଡି, ନେଡିଗୁଡା, ଗୋଟିବିଡ଼ାକୁ ସବୁଦିନିଆ ରାସ୍ତା ନିର୍ମାଣ ଏବଂ ଜମିରେ ପାଣି ମାଡିବା ର ବ୍ୟବସ୍ଥା ଏବଂ ପଂଚାୟତ ରେ ନିର୍ମାଣ ହୋଇଥିବା 16 ଗୋଟି ବି ଏସ ଏନ ଏଲ ଟାୱାର ନିର୍ମାଣ ସାରିଥିଲେ ସୁଦ୍ଧା ତାର କାର୍ଯ୍ୟ କାରିତା ହେବା ନେଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏବାବଦରେ ବିଧାୟକ ଏହାର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ତାଙ୍କର ବକ୍ତ୍ୟବ୍ୟରେ କହିଥିଲେ। ସେଠାରୁ ଫେରିବା ବାଟରେ ଗଣ୍ଡାପାଜୁ ରେ ମହିଳାମାନେ ବିଧାୟକ ଙ୍କୁ ରାତ୍ର ଆଠ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ, ବିଧାୟକ ପହଂଚିବା ମାତ୍ରେ ଫୁଲ ଚନ୍ଦନ ଉତ୍ତରୀଅ ଦେଇ ସ୍ବାଗତ କରିଥିଲେ ଏବଂ ମହିଳାମାନେ ଗ୍ରାମରେ ଏକ ହାଇମାକ୍ସ ଲାଇଟ ଏବଂ ଗଣ୍ଡାପାଜୁ ଛକଠାରୁ ସ୍କୁଲ ପର୍ଯ୍ୟନ୍ତ ଭାଙ୍ଗି ଯାଇଥିବା କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି କରି ଥିଲେ। ଏଥିରେ ବିଧାୟକ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ ଏବଂ ଖୁବ କମ ଦିନ ଭିତରେ ଆପଣ ମାନଙ୍କ ସମସ୍ୟା ପୂରଣ କରାଯିବ ବୋଲି ତାଙ୍କର ବକ୍ତବ୍ୟ ରେ କହିଥିଲେ।ଦଳୀୟ କର୍ମୀ, ଜନସାଧାରଣ, ବିଶେଷ କରି ଶହ ଶହ ମହିଳାଙ୍କ ଉତ୍ସାହ ଏବଂ ରାତି ଯାଏଁ ଅପେକ୍ଷା କରିଥିବାରୁ ବିଧାୟକ ମଧ୍ୟ ଖୁସିବ୍ୟକ୍ତ ହୋଇଥିଲେ।