
ହରଭଙ୍ଗା ୯/୮ (ଚିତ୍ତ ରଞ୍ଜନ ସିଂ )ରାଜ୍ୟସରକାର ଆଇ ଏ ଏସ ସ୍ତରରେ ଏକ ବଡ଼ ଧରଣ ର ଅଦଳ ବଦଳ କରିଛନ୍ତି। ଏହି କ୍ରମ ରେ ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ ଙ୍କ ମଧ୍ୟ ବଦଳି ହୋଇଛି। ତାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏବଂ ନୂତନ ଜିଲ୍ଲାପାଳ ଭାବେ ସୁବ୍ରତ କୁମାର ପଣ୍ଡା ଙ୍କୁ ନିଯୁକ୍ତି ଦିଆ ଯାଇଛି।ସୂଚନାଯୋଗ୍ୟ ଯେ ସୁବ୍ରତ କୁମାର ପଣ୍ଡା ଏହା ପୂର୍ବ ରୁ ଗ୍ରାମ୍ୟ ନିର୍ମାଣ ବିଭାଗ ର ସ୍ୱତନ୍ତ୍ର ସଚିବ ଭାବେ ଦାଇତ୍ୱ ତୁଲାଉ ଥିଲେ।