ହରଭଙ୍ଗା ୯/୮ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ମୁଖ୍ୟଅତିଥି ଭାବରେ ସରକାରୀ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ତାଙ୍କ ଅଭିଭାଷଣରେ ସରକାରଙ୍କ ଏହି ବଜେଟ ଗରିବ ଖଟିଖିଆ ସବୁବର୍ଗ ଲୋକଙ୍କ ପାଇଁ ବୋଲି ମତବ୍ୟକ୍ତ କରିଥିଲେ l ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିପ୍ର ଚରଣ ମହାନ୍ତି ଏହା ଏକ ଐତିହାସିକ ସର୍ବକାଳୀନ ଅତିସୁନ୍ଦର ବଜେଟ l ଗତ ବଜେଟ ଠାରୁ 15% ଅଧିକ ଅନୁଦାନ ବୋଲି ଶ୍ରୀ ମହାନ୍ତି ମତ ପ୍ରକାଶ କରିଥିଲେ l
ଅନ୍ୟତମ ଅତିଥି ଭାବରେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ତାଙ୍କ ଅଭିଭାଷଣରେ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ବଜେଟ ବୋଲି ଅଭିମତ ପ୍ରଦାନ କରିବା ସହିତ ଏହି ସବୁର ସାରାଂଶକୁ ତଳସ୍ତରରେ ପହଞ୍ଚାଇବାର ବ୍ୟବସ୍ଥା କରାଯିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ମତାମତ ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲ, ବିଜେପି ପୂର୍ବତନ ଜିଲ୍ଲା ସଭାପତି ମାଗୁଣି ଗାଈଗୌରିଆ, ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, ତାପସ କୁମାର ପଟ୍ଟନାୟକ ସହିତ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲାର ସମସ୍ତ ସାମ୍ବାଦିକ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡ଼ିଆର ପ୍ରତିନିଧି ସହିତ ବୃଦ୍ଧିଜୀବୀ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ଥିଲେ l