କାଶୀପୁର୧୦/୮( ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ସଦର ପୋଲିସ ଥାନା ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମୁଖ୍ୟତଃ କାର୍ଯ୍ୟକ୍ରମଟି କାଶୀପୁର ପୋଲିସର ପ୍ରଚେଷ୍ଟା ଏବଂ ଥାନା ପରିସରରେ ଏହା ପ୍ରଥମକରି ସର୍ବସାଧାରଣଙ୍କୁ ରକ୍ତଦାନ ନିମନ୍ତେ ଆମନ୍ତ୍ରିତ କରିଥିବା ବେଳେ କାଶୀପୁର ଏବଂ ବିଭିନ୍ନ ଗ୍ରାମର ଯୁବବର୍ଗ ଉତ୍ସାହିତ ଓ ଆଗ୍ରହ୍ୟ ର ସହ ଶିବିରରେ ପହଁଞ୍ଚି ରକ୍ତଦାନ ରେ ଅଂଶଗ୍ରହଣ କରିଥିଲେ ।

ପ୍ରଥମେ କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ଶିବିର ର ଶୁଭ ଉଦ୍ଘାଟନ କରିଥିବା ବେଳେ ଏସଆଇ ପିକେ ସ୍ୱାଇଁ,ଏସଆଇ ହେମଲତା ଶବର,ପ୍ରଦୀପ ସେଠି,ସମଦତ୍ତ ପ୍ରଧାନ,ରୁଦ୍ରପ୍ରତାପ ନାୟକ,ଗପିନାଥ କାଡ୍ରାକା,ସଞ୍ଜିପ କୁମାର ଜେନା,ଲିପା ଶବର ପ୍ରମୁଖ ସହଯୋଗ କରିଥିଲେ।ଏହିପରିପେକ୍ଷୀରେ ଜିଲ୍ଲା ରକ୍ତ ଭଣ୍ଡାର ବୋରିଷ୍ଟ ଡାକ୍ତରଙ୍କ ସହ କର୍ମଚାରୀ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ।

ସର୍ବପ୍ରଥମେ ଆଇ ଆଇସି ଶ୍ରୀ ନାଏକ ରକ୍ତଦାନ କରିଥିବା ବେଳେ ଥାନାର ଅନେକେ କର୍ମଚାରୀ,ଆଇ ଆରବି ଏନ ବାଟାଲିୟନ ର କର୍ମଚାରୀ ଓ ଅଂଚଳର ଯୁବକଙ୍କ ରକ୍ତଦାନ ମୁତାବକ ସମୁଦାୟ “୫୭” ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଢ଼ିଛି।ଏହି ମହାନ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କାଶୀପୁର ଥାନା ଆନୁକୂଲ୍ୟରେ ଆୟୋଜନ ହୋଇଥିବା ହେତୁ ସାଧାରଣରେ ଅନେକ ପ୍ରଶଂସା କରାଯାଉଛି।