
ହରଭଙ୍ଗା 11/8(ଚିତ୍ତ ରଞ୍ଜନ ସିଂ ) ଶନିବାର ଦିନ ହରଭଙ୍ଗା ଉଚ୍ଚ ବିଦ୍ୟାଳୟର କର୍ମକର୍ତ୍ତା ଏବଂ ବିଦ୍ୟାର୍ଥୀ ମାନେ ଶାସକ ଦଳର ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ମହୋଦୟଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରି କରତାଳିଦେଇ ବିଦ୍ୟାଳୟ ପରିସରରେ ସ୍ୱାଗତ କରିଥିଲେ l ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର ଦେହୁରୀ ବିଧାୟକ ମହୋଦୟଙ୍କୁ ମଞ୍ଚାକୃତ କରେଇବା ସହ ବିଦ୍ୟାଳୟ ପରିବାର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ବିଧାୟକ ମହୋଦୟଙ୍କୁ କିଛି ବାର୍ତ୍ତା ରଖିବା ପାଇଁ ଅନୁରୋଧ କରିଥିଲେ l
ବିଧାୟକ ମହୋଦୟ ହରଭଙ୍ଗାସହ ଜଡିତ ସ୍ମୃତିକୁ ନିଜ ବିଶାଳ ହୃଦୟରୁ ବ୍ୟକ୍ତ କରିଥିଲେ l ବିଦ୍ୟାଳୟର ପ୍ରମୁଖ ସମସ୍ୟା ଗୁଡିକୁ ସ୍ଵଚକ୍ଷୁରେ ଦେଖି ଦୁଃଖ ପ୍ରକାଶ କରିବା ସହ ଏହାର ସମସ୍ୟାକୁ ସମାଧାନ ନିମନ୍ତେ ମତ ରଖିଲେ l ବିଦ୍ୟାଳୟର SMC ସଭାପତି ଶ୍ରୀଯୁକ୍ତ ସୁନୀଲ କୁମାର ଗୁପ୍ତା ମାନ୍ୟବର ବିଧାୟକଙ୍କ ସହ ପୂର୍ବରୁ ବିଦ୍ୟାଳୟର ବିକାଶ ନିମନ୍ତେ ବାରମ୍ବାର ଅବଗତ କରେଇଥିବା କଥାକୁ ସର୍ବସମୁଖଙ୍କ ଆଗରେ ପ୍ରକାଶ କରିବା ସହ ବିଦ୍ୟାଳୟର ଅସୁବିଧା ଗୁଡିକର କିପରି ସମାଧାନ କରାଯିବ ତାହା ବିଧାୟକଙ୍କୁ ଅନୁରୋଧ କରିଥିଲେ l
ତତ ପରେ ବିଦ୍ୟାଳୟପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଥିବା ଦାବିପତ୍ର ମାନ୍ୟବର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା l ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସିଂହ ଓ ଶ୍ରୀଯୁକ୍ତ ସୌମିତ୍ରୀ ପ୍ରସାଦ ପଲିଆ ବିଧାୟକଙ୍କୁ ସ୍କୁଲ ପରିସରକୁ ବୁଲାଇ ଦେଖାଇଥିଲେ l ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ଶ୍ରୀଯୁକ୍ତ ନୀଳାଲୋହିତ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ବିଧାୟକଙ୍କୁ ସ୍କୁଲର ଆବଶ୍ୟକତାକୁ ଦୃଷ୍ଟିଆକର୍ଷଣ କରିଥିଲେ l