ମୁନିଗୁଡା,୧୧।୮ ଅମ୍ବାଦଳା ଥାନା ଡିମିରୀଗୁଡା ପଞ୍ଚାୟତ ଡିମିରୀଗୁଡା ଉଚ୍ଚ ବିଦ୍ୟାଳୟରୁ ଗତ ୧୯ ତାରିଖରୁ ୨୦ ତାରିଖ ମଧ୍ୟରେ ଦୁର୍ବୃତମାନେ ଚୋରୀ କରିଥିବା ନେଇ ଅମ୍ବାଦଳା ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ମାମଲାରେ ପୋଲିସ ଡ଼ିମିରିଗୁଡା ଗ୍ରାମର କାଙ୍ଗୋ କରକରିଆଙ୍କ ପୁଅ ନୀଳ କରକରିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ଝିରିପାଣି ଗ୍ରାମର ସତ୍ୟବାନ୍ ନାୟକଙ୍କ ପୁଅ ହେମନ୍ତ ନାୟକ ଫେରାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ପାଇନି ପୋଲିସ। ସୂଚନା ଅନୁଯାୟୀ ଗତ ୧୯ ତାରିଖରୁ ୨୦ ତାରିଖ ମଧ୍ୟରେ ଶନିବାର , ରବିବାର ଛୁଟି ଦିନର ସୁଯୋଗ ପାଇ ଚୋର ମାନେ ଡିମିରିଗୁଡା ଉଚ୍ଚ ବିଦ୍ୟାଳୟ ଶ୍ରେଣୀ କୋଠରୀ ଭିତରୁ ଚୋରୀ କରି ନେଇଯାଇଥିଲା ।

ଷୋମବାର ଦିନ ବିଦ୍ୟାଳୟ ଖୋଲିବା ବେଳେ ଶିକ୍ଷକ ମାନେ ଶ୍ରେଣୀ ଗୃହ ଖୋଲା ଥିବା ଦେଖିବା ସହ କୋଠରୀ ଭିତରୁ ଦୁଇଟି ମାଉସ, ଗୋଟିଏ କି ବୋର୍ଡ, ଦୁଇଟି ମୋନିଟର, ସିସି ଟିଭି, ପାୱାର କନେକ୍ସନ ସିସିଟିଭି ମେସିନ ଆଦି ଚୋରି ହୋଇଥିବା ଜାଣିବା ପରେ ଘଟଣାକୁ ନେଇ ପ୍ରଧାନ ଶିକ୍ଷକ ଜ୍ଞାନ ରଞ୍ଜନ ସାହୁ ୨୨ ତାରିଖ ମଙ୍ଗଳ ବାର ଦିନ ଅମ୍ୱାଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ମାମଲା ଥାନାରେ ପଞ୍ଜୀକୃତ ହେବା ସହ ପୋଲିସ ପକ୍ଷରୁ ଅନୁସନ୍ଧାନ ଚାଲିଥିଲା। ଘଟଣାରେ ପୋଲିସ ନୀଳକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚୋରୀ ଜିନିଷ ଗୁଡ଼ିକ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ଉକ୍ତ ଚୋରି ମାମଲାରେ ଫେରାର ରହିଥିବା ଅନ୍ୟ ଦୁଇ ଜଣଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଚାଲୁ ରହିଛି।