
ପାଣି ପାଇଁ ହିନସ୍ଥା ଯାତ୍ରୀ ,ବରିଷ୍ଠ ନାଗରିକ ଭିନ୍ନକ୍ଷମ ମାନଙ୍କ ପାଇଁ ସିଡି କଷ୍ଟ
——————
ମୁନିଗୁଡା୧୧।୮ (ରମାକାନ୍ତ ପୋଡାଳ )ସମ୍ବଲପୁର ଡିଭିଜନରେ ଅମ୍ବାଦଳା ରେଳୱେ ଷ୍ଟେସନ ଅବ୍ୟବସ୍ଥା ଭିତରେ ଗତି କରିଥିବାରୁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।ରେଳୱେ ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଷ୍ଟେସନ ଗୁଡ଼ିକର ରୂପାନ୍ତ ଓ ନବୀକରଣ ହେଇଥିବା ବେଳେ ରାୟଗଡ ଜିଲ୍ଲା ଅମ୍ୱାଦଳା ଷ୍ଟେସନ ଅବ୍ୟବସ୍ଥା ଘେରରେ ରହିଆସିଛି। ଉକ୍ତ ଷ୍ଟେସନ ପରିସରରେ ସମସ୍ତ ବ୍ୟବସ୍ଥା ଥାଇ ମଧ୍ୟ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଷ୍ଟେସନ ମଧ୍ୟରେ ପାନିୟ ଜଳର ବ୍ୟବସ୍ଥା ଥିବା ବେଳେ ଟ୍ୟାପରୁ ପାଣି ଆସୁନି ଶୌଚାଳୟ କଥା ନକହିବା ଭଲ।
ମହିଳା ମାନେ ଟ୍ରେନ ରୁ ଓହ୍ଲାଇ ଶୌଚାଳୟ ପାଇଁ ନାନା ଅବସ୍ଥା ଭୋଗୁଥିବା ମଧ୍ୟ ଅଭିଯୋଗ ହେଉଛି। ଅମ୍ୱାଦଳା ଷ୍ଟେସନରେ ଗୋଟିଏ ପ୍ଲାଟଫର୍ମ ରୁ ଅନ୍ୟ ଏକ ପ୍ଲାଟ ଫର୍ମକୁ ସ୍ଥାନାନ୍ତରିତ ବେଳେ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଉଚ୍ଚତା ଉଚ୍ଚତା ବିଶିଷ୍ଟ ହୋଇଥିବାରୁ ସାଧାରଣ ଲୋକଙ୍କ କଥା ଛାଡ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନେ ଯମ ଦଣ୍ଡ ଭୋଗୁଥିବା ଦେଖିବାକୁ ମିଳିଛି। ରେଳୱେ ବିଭାଗ ପକ୍ଷରୁ ଯାତ୍ରୀ ମାନଙ୍କ ସୁବିଧା ଗୁଡ଼ିକର ନବୀକରଣ ନିରନ୍ତର ପ୍ରକ୍ରିୟା ଚାଲୁଥିବା ବେଳେ ପ୍ରତ୍ୟେକ ପ୍ଳାଟ ଫର୍ମ ରେ ଅତି କମରେ ଅତ୍ୟାବଶ୍ୟକ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାପ କିମ୍ବା ହ୍ୟାଣ୍ଡ ପମ୍ପ ବ୍ୟବସ୍ଥା ସହ ଯାତ୍ରୀ ବିଶ୍ରାମଗାର, ଶୌଚାଳୟ, ପ୍ଲାଟ୍ ଫର୍ମ ରୁ ସ୍ଥାନାନ୍ତରିତ ପାଇଁ ଲିଫ୍ଟ ବ୍ୟବସ୍ଥା ରହିବା ଜରୁରୀ ହୋଇଥିବା ବେଳେ ଅମ୍ବାଦଳା ଷ୍ଟେସନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଅମ୍ବାଦଳା ଷ୍ଟେସନରୁ ପ୍ରତ୍ୟେକ ଦିନ ସତ ପ୍ରତିଶତ ଯାତ୍ରୀ ଜିବା ଆସିବା କରୁଥିବା ବେଳେ ଯାତ୍ରୀ ମାନେ ଅନେକ ଗୁଡ଼ିଏ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ସୂଚନା ଅନୁଯାୟୀ ୧୦ ତାରିଖ ଶନିବାର ଦିନ ଭୁବନେଶ୍ୱର ଜୁନାଗଡ ଟ୍ରେନରେ ଯାତ୍ରୀ ମାନେ ଯାତ୍ରା କରିବା ସମୟରେ ଟ୍ରେନ ଭିତରେ ଥିବା ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା। ଯେଉଁ କାରଣରୁ ଅନେକ ଯାତ୍ରୀ ନିଜ ନିତିକର୍ମ କରିବା ପାଇଁ ଆମ୍ବାଦଳା ଷ୍ଟେସନରେ ଥିବା ପାଣି ଟ୍ୟାପ ନିକଟକୁ ଯାଇ ପାଇପର ବ୍ୟବହାର କରିବା ସମୟରେ ଉକ୍ତ ଟ୍ୟାପ୍ ରୁ ପାଣି ବାହାରି ନଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖିନ ହୋଇଥିବା ଅଭିଯୋଗ କରିଥିଲେ।ତେବେ ଅମ୍ବାଦଳା ରେଳୱେ ଷ୍ଟେସନ୍ ପରିସରରେ ଥିବା ଶୌଚାଳୟର୍ ସୁବ୍ୟବସ୍ଥା ବଶିଷ୍ଠ ନାଗରିକ, ଭିନକ୍ଷମଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା ଓ ପାନୀୟ ଜଳର ସୁବିଧା କରିବା ପାଇଁ ଅଞ୍ଚଳ ବାସୀଙ୍କ ସହ ଯାତ୍ରୀ ମାନେ ଦାବୀ କରିଛନ୍ତି।