ସିଟିଜେନ ଫୋରମ ପକ୍ଷରୁ ରେଲ ମନ୍ତ୍ରୀଙ୍କୁ ଦାବୀ ପତ୍ର

ଧର୍ମଗଡ଼ ତା ୧୩/୮(ହେମନ୍ତ କୁମାର ମାଝୀ)କେନ୍ଦ୍ର ରେଳ ମନ୍ତ୍ରାଳୟ ଇତି ମଧ୍ୟରେ ଓଡ଼ିଶାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ଜୁନାଗଡ଼ -ଧର୍ମଗଡ ରେଳ ଲାଇନ ପ୍ରକଳ୍ପ ବାଦ ପଡିଛି। ଜୁନାଗଡ଼ରୁ ଧର୍ମଗଡ଼ ରେଳ ଲାଇନ ସଂପ୍ରସାରଣ ପାଇଁ ଦୀର୍ଘ ଦିନରୁ ଧର୍ମଗଡ଼ବାସୀ ଦାବି କରିଆସିଛନ୍ତି। ବିଗତ ଦିନରେ ଜନ ଆର୍ଶିବାଦ ଯାତ୍ରା ସମୟରେ ମଧ୍ୟ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟି ସହରବାସୀ ଦାବି କରିଥିଲେ। କିନ୍ତୁ ଚଳିତ ବଜେଟରେ ଏନେଇ କୌଣସି ପ୍ରାବଧାନ ନଥିବାରୁ ଧର୍ମଗଡ଼ ସିଟିଜେନ ଫୋରମ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଏନେଇ ସିଟି ଜେନ ଫୋରମ୍ ତରଫରୁ ଆଜି ରେଳ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କୁ ଦିଆଯାଇଛି।

ଧର୍ମଗଡ କୁ ରେଳ ପ୍ରକଳ୍ପ ସମ୍ପ୍ରସାରିତ ନହେଲେ ସିଟି ଜେନ ଫୋରମ୍ ବ୍ୟାପକ ଆନ୍ଦୋଳନ ପାଇଁ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ଆବାହକ ତୁଷାର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି।ଧର୍ମଗଡ ସହର ଏକ ସବ ଡିଭିଜନ ହେଡକ୍ୱାଟର ହୋଇଥିବା ସଙ୍ଗେ ସଙ୍ଗେ ରେଳ ପଥ ସଂଯୋଗ ପାଇଁ ଏଠାରେ ଭିତ୍ତି ଭୂମି ରହିଛି। ପଡ଼ୋଶୀ ନବରଙ୍ଗପୁର, ନୂଆପଡ଼ା ଜିଲ୍ଲା ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟ ବାସିନ୍ଦା ଏହି ସହର ଉପରେ ନିର୍ଭରଶିଳ। ପର୍ଯ୍ୟଟନ କ୍ଷେତ୍ର,ବ୍ୟବସାୟିକ, ଶିକ୍ଷା ସ୍ବାସ୍ଥ୍ୟ ତଥା ଅନ୍ୟାନ୍ୟ ଦୃଷ୍ଟିକୋଣ ରୁ ଆବଶ୍ୟକୀୟ ଭିତ୍ତିଭୂମି ଥିବା ଧର୍ମଗଡ ସହରକୁ ରେଳପଥ ସଂଯୋଗ ଜରୁରୀ ଅଟେ। ଏଣୁ ମଞ୍ଜୁର ହୋଇଥିବା ଜୁନାଗଡ଼ ନବରଙ୍ଗପୁର ରେଳପଥ କୁ ଧର୍ମଗଡ ଯାଏ ସମ୍ପ୍ରସାରିତ କରାଯିବା ପାଇଁ ଦାବୀ କରାଯାଇଛି।

ଆବାହକ ବରିଷ୍ଠ ଆଇନଜୀବି ତୁଷାର ପାଟ୍ଟଯୋଷୀଙ୍କ ନେତୃତ୍ଵରେ ବ୍ୟବସାୟୀ ସଙ୍ଘର ସଭାପତି ବିଦ୍ୟାଧର ସାହୁ,ସଂପାଦକ ଅରୁଣ କୁମାର ତାୟଲ, ଓବିସି ମୋର୍ଚ୍ଚାର ଡମ୍ବରୁ ଲହଜଲ, ଯାଦବ ମହାସଂଘର ଡାକେ ଲହଜଲ, ବରିଷ୍ଠ ଆଇନଜୀବି ଦିଗାମ୍ବର ଦୁରୀଆ, ପ୍ରେମ ଲାଲ ସାଗର,ରାଜେନ୍ଦ୍ର ମୁନି, ଶିକ୍ଷାବିତ ଫୁଲେଶ୍ୱର୍ ସେନାପତି,ଲବରାମ ସରାଫ, ସୁରେଶ ନାଗ, ସାମ୍ୱାଦିକ ସଙ୍ଘର ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା, ଲକ୍ଷ ଜ୍ୟୋତି ଜାଲ ସମେତ ସିଟିଜେନ ଫର୍ମ ର ସୁରେଶ ଅଗ୍ରୱାଲ ସମେତ ଆଜି ଏକ ରାଲି ବାହାରି କେନ୍ଦ୍ର ରେଳମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।