ଧର୍ମଗଡ଼ ତା ୧୪/୮(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଭାରତ ବର୍ଷ ୭୮ ତମ ସ୍ଵାଧୀନତ, ସ୍ଵାଧୀନତା ଦିବସ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟ ଅନୁଷ୍ଠିତ ସାରା ଦେଶରେ ପାଳନ କରିବାକୁ ନିର୍ଦ୍ଦେଶ ଜାରି ରହିଥିବା ବେଳେ ଆଜି ଧର୍ମଗଡ଼ ରେ ବ୍ଳକ ପ୍ରଶାସନ ଏବଂ ଏନ୍ ଏ ସି ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ମହା ଆଡ଼ମ୍ବରରେ ପାଳନ କରାଯାଉଛି।

ଵିଡିଓ ଶରତ କୁମାର ପାତ୍ର, ଏନ୍ ଏ ସି ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ରେ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗ ଦେଇ ତ୍ରିରଙ୍ଗା ଯାତ୍ରା ଆମ ଭାରତୀୟ ଙ୍କ ବିକସିତ ଭାରତ ର ଅସ୍ମିତା କୁ ଵିଶ୍ଵ ଦରଵାର ରେ ଗୈରାଵାନ୍ନିତ କରିବା ସହ ଆମ ଦେଶ ବାସୀ ଙ୍କ ଏକତା ର ପ୍ରତିକ ହେବ ବୋଲି ପ୍ରକାଶ କରିଥଲେ।

ସମ୍ମାନିତ ଅତିଥି ଭାବରେ ବ୍ଳକ ଅଧ୍ୟକ୍ଷା ବଵିତା ପଟ୍ଟଯୋଷୀ, ଏନ୍ ଏ ସି ଅଧ୍ୟକ୍ଷ ଅଶୋକ ମହାନ୍ତି,ଉପାଧ୍ୟକ୍ଷା ମନିଷା ମିଶ୍ର ସମେତ ବିଭିନ୍ନ ମହାବିଦ୍ୟାଳୟ ଏନ୍,ସି,ସି, ଏନ୍,ଏସ,ଏସି, କଲେଜ ଛାତ୍ର ଛାତ୍ରୀ, ମିଶନ ଶକ୍ତି , ସ୍ଵୟଂ ସହାୟକ ଗୋଷ୍ଠୀକୁ ଓ ଭାରତୀ ଜନତା ପାର୍ଟି ର ଶତାଧିକ କାର୍ଯ୍ୟ କର୍ତ୍ତା ମାନେ ତ୍ରିରଙ୍ଗା ଯାତ୍ରା ରେ ଧର୍ମଗଡ଼ ସହର ପରିକ୍ରମା କରି ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ନାରା ଦେଇ ୭୮ ସ୍ଵାଧୀନତା ଦିବସ ଅବସରରେ ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଲଗାଇ ଜଣେ ସଚେତନ ଭାରତୀୟ ନାଗରିକ ଦାଇତ୍ୱ ନିର୍ବାହ କରିବାକୁ ବାର୍ତ୍ତା ଦେଇଥିଲେ ।