ହରଭଙ୍ଗା (ଚିତ୍ତରଞ୍ଜନସିଂ):ଖଣ୍ଡ ବିଖଣ୍ଡିତ ଭାରତ କୁ ଏକତା ସୂତ୍ରରେ ବାନ୍ଧି ଏକ ଅଖଣ୍ଡ ଭାରତ ଗଠନ ଲକ୍ଷ ନେଇ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆଜି ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟର୍ଥୀ ପରିଷଦ ପକ୍ଷରୁ ଆଜି ସକାଳ 8ଘଣ୍ଟା ସମୟରେ ବିଭିନ୍ନ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଦ୍ୟର୍ଥୀ ପରିଷଦର ଜ଼ିଲ୍ଲା ସଂଯୋଜକ ପ୍ରତ୍ୟୁଷ ଦାନୀଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ପଦ ଯାତ୍ରା ସ୍ଥାନୀୟ ମର୍ଜlକୁଦ ଛକଠାରୁ ବାହାରି ସହର ପରିକ୍ରମା କରି ଏକତା ପ୍ରଦର୍ଶନ କରିଥିଲେ l

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ବୁଟୁପାଲି ହାଇସ୍କୁଲ ପଡିଆ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରି ସଂଘ କାର୍ଯ୍ୟାଳୟ ଠାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା l ବିଶ୍ୱ ହିନ୍ଦୁ ପରିଷଦ ଜ଼ିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଯୋଗ ଦେଇଥିବାବେଳେ ସମ୍ମlନୀୟ ବକ୍ତା ଭାବେ ସଂଘର ପଶ୍ଚିମ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଦେବବ୍ରତ ପାଣିଗ୍ରାହୀ ଯୋଗଦେଇ ଅଖଣ୍ଡ ଭାରତ ର ଅତିତ ଓ ବର୍ତମାନ ସମ୍ପର୍କରେ ଆଲୋକପlତ କରିଥିଲେ l

ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ ସାମୁହିକ ଗୀତ ଗାନ କରିଥିବାବେଳେ ବଜରଙ୍ଗ ଦଳ ଜ଼ିଲ୍ଲା ସଂଯୋଜକ ସଂଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସଂଘ କାର୍ଯ୍ୟlଳୟ ଠାରେ ଏକ ବୈଦ୍ଧିକ କାର୍ଯ୍ୟକ୍ରମ ସଂଧ୍ୟlରେ ଅନୁଷ୍ଠିତ ହୋଇଥିଲା l ଅତିଥି ଭାବରେ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଯୋଗ ଦେଇଥିବା ବେଳେ ନଗର କାର୍ଯ୍ୟବାହ ଦିଲ୍ଲିପ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ବକ୍ତା ଭାବେ ଜ଼ିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ପଦ୍ମ ଚରଣ ମେହେର ଯୋଗଦେଇ ଅଖଣ୍ଡ ଭାରତ ସମ୍ପର୍କରେ ଆଲୋକପlତ କରିଥିଲେ l