ହରଭଙ୍ଗା(ଚିତ୍ତରଞ୍ଜନସିଂ)ଏକଦା ନୌ ବାଣିଜ୍ୟ ର ପେଣ୍ଠସ୍ଥଳୀ ଥିଲା ହରଭଙ୍ଗା ବ୍ଲକ।ଏକ କୃଷି ସମୃଦ୍ଧ ଅଞ୍ଚଳ ରୁପେ ଖ୍ୟାତି ଲାଭ କରିଥିଲା।ବଣ ପାହାଡ଼ ଘେରା ଏହି ବ୍ଲକ।ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟି ରୁ ଯେତିକି ସମୃଦ୍ଧ, କୃଷି ଉତ୍ପାଦନ ଦୃଷ୍ଟି ରୁ ମଧ୍ୟ ସେତିକି ବିକଶିତ।ମହାନଦୀ କୁଳରେ ଅବସ୍ଥିତ ଏହି ବ୍ଲକ ଧାନ, ମୁଗ, ବିରି, କୋଲଥ ଆଦି ଶସ୍ୟ ଉତ୍ପାଦନ ରେ ଅଗ୍ରଣୀ ରହିଆସିଛି।ଏକଦା ମହାନଦୀ ଚିରସ୍ରୋତା ଓ ସୁନବ୍ୟା ଥିବାରୁ ନୌ ବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଅଧିକାର କରିଥିଲା ହରଭଙ୍ଗା।ଏହା ଛଡ଼ା ଲଘୁ ବନଜାତ ଦ୍ରବ୍ୟ ସାଙ୍ଗକୁ ବାଉଁଶ ରେ ତିଆରି ବିଭିନ୍ନ ଘର କରନା ସାମଗ୍ରୀ ର ବେପାର ପ୍ରସାର ଲାଭ କରିଥିଲା।ବ୍ୟବସାୟୀ ମାନେ ନୌକା ରେ ବିଭିନ୍ନ ସାମଗ୍ରୀ ଅନ୍ୟ ବଜାର କୁ ନେଇ ବେପାର କରୁଥିଲେ।

ଅନ୍ୟ ଅଞ୍ଚଳ ର ସାମଗ୍ରୀ ମଧ୍ୟଡଙ୍ଗା ରେ ଏହି ଅଞ୍ଚଳ କୁ ଅଣାଯାଇ ବିକ୍ରି କରାଯାଉ ଥିଲା।ହରଭଙ୍ଗା ର ସାପ୍ତାହିକ ହାଟ ଏବେବି ନିଜର ଖ୍ୟାତି ବଜାୟ ରଖି ପାରିଛି।ପ୍ରକାଶ ଥାଉକି 1965 ମସିହାରେ ହରଭଙ୍ଗା ଠାରେ ବ୍ଲକ କାର୍ଯ୍ୟାଳୟ ଥିଲା l ହଠାତ୍ ହରଭଙ୍ଗା ରୁ ବ୍ଲକ କାର୍ଯ୍ୟାଳୟ ଚାରିଛକ କୁ ସ୍ଥାନାନ୍ତରିତ ହୋଇଥିଲା l ରାଜନୈତିକ କୁ ଚକ୍ରାନ୍ତ ରେ ସ୍ଥାନାନ୍ତରିତ ହେଇଥିଲା lକିନ୍ତୁ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ 22 କିଲୋମିଟର ଦୂର ଚାରିଛକ ରେ ରହିଅଛି।ଫଳରେ ଏଠାକାର ଅଧିବାସୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବ୍ଲକ ର ଯେଉଁ ଭଳି ବିକାଶ ହେବା କଥା ସେଭଳି ବିକାଶ ହୋଇପାରୁନାହିଁ।ବ୍ଲକ କାର୍ଯ୍ୟାଳୟ ଚାରିଛକ କୁ ସ୍ଥାନାନ୍ତରିତ ହେବା ପରେ ହରଭଙ୍ଗା ର 7 ଟି ଗ୍ରାମ ପଞ୍ଚାୟତ ରେ ଉନ୍ନୟନ କାମ ଧିମେଇ ଯାଇଛି।

ବ୍ଲକ ରେ ଥିବା ବିଭିନ୍ନ କାମ ପାଇଁ ଅଞ୍ଚଳବାସୀ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି। ସମୟ ନଷ୍ଟ ହେବା ସହ ଲୋକ ମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଚି। ପ୍ରଶାସନିକ ବ୍ୟବସ୍ତା ର ବିକେନ୍ଦ୍ରୀକ କରଣ ଓ ସବୁ ଅଞ୍ଚଳ ର ସମତୁଲ ବିକାଶ ଉଦେଶ୍ୟରେ ରାଜ୍ୟରେ 13 ଟି ଜିଲ୍ଲାକୁ 30 ଜିଲ୍ଲା ରେ ପରିଣତ କରାଯାଇଥିବା ବେଳେ ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ର ବୌଦ୍ଧ -କନ୍ଧମାଳ ଜିଲ୍ଲା କୁ 2 ଟି ଜିଲ୍ଲା ରେ ପରିଣତ କରାଯାଇଥିଲା। ହରଭଙ୍ଗା ବ୍ଲକ ବୌଦ୍ଧ ଜିଲ୍ଲା ର ଉପାନ୍ତ ଅଞ୍ଚଳ ରେ ଅବସ୍ଥିତ ହୋଇଥିବାରୁ ଏବଂ ଏବେ ବି ଉକ୍ତ ବ୍ଲକ ରେ ଗମନା ଗମନ ବ୍ୟବସ୍ତା ର ଇପସିତ ବିକାଶ ଘଟି ନ ଥିବାରୁ ଏହି ଅନଗ୍ରସର ଅଞ୍ଚଳ ଉନ୍ନୟନ ରେ ସୁଫଳ ରୁ ବଞ୍ଚିତ ହୋଇ ରହିଛି। ଏଣୁ ଏହି ସମସ୍ୟା ର ସମାଧାନ ପାଇଁ ବ୍ଲକ ର ଉପାନ୍ତ ଅଞ୍ଚଳ ସ୍ଥିତ 7 ଟି ଗ୍ରାମପଞ୍ଚାୟତ କୁ ନେଇ ଏକ ସ୍ୱତନ୍ତ୍ର ହରଭଙ୍ଗା ବ୍ଲକ-2 ଗଠନ ର ଆବଶ୍ୟକତା ଉପୁଜିଲାଣି। ଏକ ସ୍ୱତନ୍ତ୍ର ବ୍ଲକ ହେବା ପାଇଁ ଏଠାରେ ସମସ୍ତ ଭିତିଭୂମି ରହିଛି।

ହରଭଙ୍ଗା ରେ ରହିଛି ଥାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ,+2 ମହାବିଦ୍ୟାଳୟ,ବ୍ଯାଙ୍କ ଆଦି ରହିଛି। ସାପ୍ତାହିକ ହାଟ ଦିନ ବ୍ଲକ ର ସବୁ ଅଞ୍ଚଳ ରୁ ଲୋକମାନେ ଏଠାକୁ କିଣା ବିକା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସିଥାନ୍ତି। ତେଣୁ ହରଭଙ୍ଗା କୁ ସ୍ୱତନ୍ତ୍ର ବ୍ଲକ କରାଗଲେ ବିକାଶ ର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ତେଣୁ ହରଭଙ୍ଗା, କୁସଙ୍ଗ, ମହାଲିକପଡ଼ା, ଛତ୍ରଙ୍ଗ, ସଂକୁଲେଇ, ତଳଗାଁ ଧଳପୁର ପଞ୍ଚାୟତ କୁ ନେଇ ନୂତନ ହରଭଙ୍ଗା ବ୍ଲକ ଗଠନ ପାଇଁ ସାଧାରଣ ରେ ଦାବୀ ହେଉଛି। ସୂଚନା ଯୋଗ୍ୟ ଯେ ପଡ଼ୋଶୀ ନୟାଗଡ଼ ଜିଲ୍ଲା ରେ 8 ଗୋଟି ପଞ୍ଚାୟତ କୁ ନେଇ ଗଣିଆ ବ୍ଲକ ଗଠନ କରାଯାଇଛି। ପୂର୍ବରୁ ବାରମ୍ବାର ଏଭଳି ଦାବୀ କରାଯାଇଛି। ଏବେ ରାଜ୍ୟରେ ନୂଆ ସରକାର କ୍ଷମାତସିନ ହୋଇଛନ୍ତି।

ଅଞ୍ଚଳ ରେ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଙ୍କ ପ୍ରତିବନ୍ଧତା ରହିଛି। ତେଣୁ ଏହି ଅଞ୍ଚଳ ଏବଂ ଜିଲ୍ଲା ବାସୀ ଙ୍କ ହିତ ଦୃଷ୍ଟି ରୁ ନୂତନ ବ୍ଲକ ଗଠନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ସବୁ ମହଲ ରୁ ଦାବୀ ହେଉଛି। ବୌଦ୍ଧ ର ନବନିର୍ବାଚିତ ବିଜେପି ବିଧାୟକ ଏ ଅଞ୍ଚଳ ର ସମସ୍ୟା ସମ୍ପର୍କରେ ସୁଵିଜିତ। ତେଣୁ ଅଞ୍ଚଳବାସୀ ଙ୍କ ଦୀର୍ଘ ଦିନର ଆଶା ପୂରଣ କରିବା ଦିଗରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଉଛି l ଏଇ ଦିଗରେ ରାଜ୍ୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଅନୁରୋଧ କରିଛନ୍ତି ।