ହରଭଙ୍ଗା 15/8(ଚିତ୍ତ ରଞ୍ଜନ ସିଂ )ଗୁରୁବାର ସକାଳ 8 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ଚାରିଛକ ସ୍ଥିତ କାର୍ଯ୍ୟାଳୟ ଠାରେ 78 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଚାରିଛକ ସେବାଶ୍ରମ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଆସୋସିଏସନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ବରିଷ୍ଟ ସାମ୍ବାଦିକ ତଥା ଆସୋସିଏସନ ର ଉପଦେଷ୍ଟା ଚିତ୍ତ ରଞ୍ଜନ ସିଂ ପତାକା ଉତ୍ତଳନ କରି, ନିଜ ଅବିଭାଷଣ ରଖିଥିଲେ। ଏବଂ ତା ପରେ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ପୁରୁଣାକଟକ ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ର ଯାଇ, ସେଠାରେ ଥିବା ସମସ୍ତ ରୋଗୀଙ୍କୁ ମିଷ୍ଟାନ ଓ ଫଳ ବଣ୍ଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ଆସୋସିଏସନ ର ସମ୍ପାଦକ ଭାଗବତ ମେହେର, ସହସମ୍ପାଦକ ସିମୁନ ନାୟକ, ଉପସଭାପତି ଶାଶ୍ୱତ ଦାସ, କୋଷାଧକ୍ଷ ବାସୁଦେବ ସାହୁ, ଉପଦେଷ୍ଟା ବିଭୁଦତ୍ତ ବୋଷ, ବରିଷ୍ଟ ସାମ୍ବାଦିକ ଚିତ୍ତ ରଞ୍ଜନ ସିଂ, ସୁକାନ୍ତ ପଟନାୟକ, ସଦସ୍ୟ କୁମୁଦ ଚନ୍ଦ୍ର ସାହୁ, ସୁଶାନ୍ତ ବେହେରା, ଅକ୍ଷୟ ମହାକୁଡ଼,ସଦାନନ୍ଦ ନାୟକ, ପ୍ରଭାତ ନାୟକ, ବିଜୟ ବେହେରା ଙ୍କ ସମେତ ସମାଜ ସେବୀ ଅଶୋକ ମିଶ୍ର, କଳିଙ୍ଗ ଗଣନାଟ୍ୟ ର ମୁଖ୍ୟ ଅଭିନେତା ହାପି ଭାଇ ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ର ଏଭଳି ନିଆରା ପଦକ୍ଷେପ କୁ ସମସ୍ତେ ପ୍ରଶଂସା କରିବା ସହିତ ସାଧୁବାଦ ଜଣେଇଥିଲେ।