କେସିଙ୍ଗା : ( ପ୍ରୀତେଶ ପଟେଲ)ଆମ ଦେଶରେ ପାଳିତ ହୋଇଛି ୭୮ ତମ ସ୍ବାଧିନତା ଦିବସ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଦ୍ୟାପୀଠ ପଡ଼ିଆରେ କେସିଙ୍ଗା ସିଟିଜେନ୍ କମିଟି ତରଫରୁ ଉତ୍ସାହ ଉଦ୍ଦୀପନା ସହ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ୭୮ତମ ସ୍ବାଧୀନତା ଦିବସ ଉପଲକ୍ଷେ କେସିଙ୍ଗା ସହର ତଥା ଆଖପାଖର ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ରଥମେ ପ୍ୟାରେଡ୍ ଓ ବ୍ୟାଣ୍ଡବାଜା ବଜାଇ ସହର ପରିକ୍ରମା କରି ବିଦ୍ୟାପୀଠ ପଡ଼ିଆରେ ଏକତ୍ରିତ ହୋଇଥିଲେ। ବିଭିନ୍ନ ସ୍କୁଲ ଓ କଲେଜର ୩୨ଟି ଦଳ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲା ବେଳେ ଆଜିର ମୁଖ୍ୟ ଆକର୍ଷଣ ଥିଲା ଏବିଭିପି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନିର୍ମିତ ୩୦୦ ଫୁଟ୍ ର ଜାତୀୟ ପତାକା।
ଏହି ଉତ୍ସବର ମୁଖ୍ୟ ଅତିଥି ଭବାନୀପାଟଣା ବିଧାୟକ ସାଗର ଦାସ ଓ କେସିଙ୍ଗା ଏନ୍ଏସି ନଗରପାଳ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ନଗରପାଳ ଶ୍ରୀ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଦାସ ଓ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଇଓ ଆନନ୍ଦ କୁମାର ବେହେରା ପ୍ରମୁଖଙ୍କ ସମେତ ଏନ୍ଏସି ଉପାଧ୍ୟକ୍ଷା ସରସ୍ବତୀ ସାହା ଓ ଅନ୍ୟାନ୍ୟ କାଉନସିଲର ମାନେ ମଞ୍ଚାସୀନ ଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥିମାନେ ଦେଶ ସ୍ବାଧିନତା, ଘରେ ଘରେ ତ୍ରିରଙ୍ଗା ଓ ଏନ୍ଏସିର ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୧ଟି ଦଳ ଭାଗ ନେଇ କୁନି କୁନି ପିଲାଙ୍କ ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ଦେଖି ଉପସ୍ଥିତ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଥିଲେ। ଏଥିରେ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଉତ୍ସବର ଶେଷ ପର୍ଯ୍ୟାୟରେ କମ୍ପିଟେସନ୍ ରେ ଭାଗ ନେଇ ଟପ୍ପର ହୋଇଥିବା ହାଇସ୍କୁଲ ସ୍ତରରେ ୨ ଜଣ ଛାତ୍ରଛାତ୍ରୀଙ୍କ ସହିତ କଲେଜ ସ୍ତରରେ +୨ କଳା ଓ ବାଣିଜ୍ୟର ୨ ଜଣ ଛାତ୍ରଛାତ୍ରୀ, କେସିଙ୍ଗା ବିଦ୍ୟାପୀଠର ପିଇଟି, ୬ ନଂ ଓ୍ବାର୍ଡର ଅଙ୍ଗନବାଡ଼ି କର୍ମୀ ଏବଂ ଜଣେ ସଫେଇ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଅଧ୍ୟାପକ ବି ସି ଆଚାରୀ ଓ ଜି. କ୍ରିଷ୍ଣା ରେଡି ପରିଚାଳନା କରିଥିଲା ବେଳେ ବି ସି ଆଚାରୀ ଧନ୍ୟବାଦ ଦେଇଥିଲେ।