ମୁନିଗୁଡା,୧୬।୮: (ରମାକାନ୍ତ ପୋଡାଳ )୭୮ତମ ସ୍ଵାଧୀନତା ଦିବସ ଅବସରରେ ସମସ୍ତ ଜନସାଧାରଣଙ୍କୁ ଲୋକଙ୍କ ଅଧିକାର ଓ ନୂଆ ଦଣ୍ଡ ବିଧି ଆଇନ ବିଷୟରେ ଅବଗତ କରାଇଲେ ଅମ୍ବାଦଳା ଥାନା ଆଇଆଇସି କଲ୍ପନା ବେହେରା।କାର୍ଯ୍ୟକ୍ରମ ଅମ୍ବାଦଳା ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଲାଗୁ ହୋଇଥିବା ନୂଆ ଦଣ୍ଡବିଧ‌ି ଆଇନ ବିଷୟରେ ସଚେତନତା କରାଯାଇଥିଲା।୧୮୬୦ରୁ ଚାଲିଆସୁଥିବା ବ୍ରିଟିଶ ନିୟମ ହଟିବା ସହ ୩ ନୂଆ ଅପରାଧୂକ ଆଇନ ବ୍ୟବସ୍ଥା ଲାଗୁ ହୋଇଛି ।

ଭାରତୀୟ ନ୍ୟାୟ ସଂହିତା,ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧୂନିୟମ ଲାଗୁ କରାଯାଇଛି।କାର୍ଯ୍ୟକ୍ରମରେ ଅମ୍ୱାଦଳା ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଓ ଭାରତିୟ ଜନତା ପାର୍ଟିର ବହୁ ନେତା କର୍ମୀ ମାନଙ୍କ ସହ ସ୍ଥାନୀୟ ସାମ୍ୱାଦିକ ମାନେ ଉପସ୍ଥିତ ରହି ଥିଲେ। ଉକ୍ତ ସଚେତନତା ସଭାରେ ଅମ୍ବାଦଳା ଥାନାର ସମସ୍ତ କର୍ମଚାରୀଙ୍କ ସହ ଆଇଆଇସି କଳ୍ପନା ବେହେରା ନୂଆ ଭାରତୀୟ ଦଣ୍ଡବିଧି ଆଇନ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ ।

ଅମ୍ବାଦଳା ଯୁବ ବିଜେପି ନେତା ଭିକାରୀ ନାହାକ ମଣ୍ଡଳ ସଭାପତି ଗୌର ମହାନ୍ତିଙ୍କ ସମେତ ସନ୍ତୋଷ ବେହେରା, ଅଶୋକ ପୂଜାରୀ,ରମେଶ ସାମନ୍ତ, ଡମ୍ବୁର ହଂସ, ବାୟା ମହାନ୍ତି, ତପନ ବିଶ୍ବାଳ, ଚିତ୍ର ସୁନା , ସଲେବନ କରକରିଆ, ପିଣ୍ଟୁ ମହାନ୍ତି, ସୁରଜ ସୁନା, ନରତମ ସୁନା, ରବୀନ୍ଦ୍ର ବିଶ୍ୱାଳ, ଶତାଧିକ ବିଜେପି କର୍ମୀ ମାନଙ୍କ ସହ ଅଞ୍ଚଳ ବାସୀ ଉପସ୍ଥିତ ରହିଥିଲେ।