ମୁନିଗୁଡା,୧୬।୮ (ରମାକାନ୍ତ  ପୋଡାଳ )ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକର ଏକ୍ସ କ୍ୟାଡ଼ର ଶିକ୍ଷକ ମହାସଂଘ ସଭାପତି ଭାବେ ଚୟନ ହେଲେ କେଶବ ପଲକିଆ।ମୁନିଗୁଡା ବ୍ଲକ ହାଟ ଦହିଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଞ୍ଚଳର ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ଶିକ୍ଷକ କେଶବ ପଲକିଆଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା। କେଶବ ପଲକିଆଙ୍କୁ ସଭାପତି ପାଇଁ ଶିକ୍ଷକ ଜିତୁ ଦାସ ପ୍ରସ୍ତାବ ଦେଇଥିବା ବେଳେ ଗଗନ ଗୌଡ ସମର୍ଥନ କରିଥିଲେ।

ଏହାକୁ ନେଇ ସେଠାରେ ଉପସ୍ଥିତ ରହିଥିବା ସମସ୍ତ ଶିକ୍ଷକ ମାନେ ମଧ୍ୟ ସମର୍ଥନ ଦେଇଥିବା ଜଣାଇଥିଲେ।ସେହିପରି କାର୍ଯ୍ୟକାରୀ ସଭାପତି ସନ୍ତୋଷ ପାଳ,ଉପସଭାପତି ଜିତୁ ଦାସ, ସଂପାଦକ ସୁବ୍ରତ କୁମାର ପାଠୀ, ସହ ସଂପାଦକ ସୁକାନ୍ତ ନାଗ,ସାଂଗଠାନିକ ସଂପାଦକ ସୁଶାନ୍ତ ରଥ,କୋଷାଧ୍ୟକ୍ଷ ରଜତ ମହାରଣା, ସହ କୋଷାଧ୍ୟକ୍ଷ କବିତା ଜେନା, ମୁଖ୍ୟ ପରାମର୍ଶ ଦାତା ବିଜୟ ମିଶ୍ର ଓ ପରାମର୍ଶ ଦାତା ରମେଶ ମିଶ୍ର ଉପଦେଷ୍ଟା ଗୁପ୍ତେସ୍ବର ସୁନା , ଖିରମଣି ବେହେରା, ମିଡ଼ିଆ କୋଡ଼ିନେଟର ଦିଲ୍ଲୀପ ନାୟକ ପ୍ରମୁଖ ଦାୟିତ୍ବ ଗ୍ରହଣ କରିଥିବା ବେଳେ ଏକ୍ସ କ୍ୟାଡ଼ର ଶିକ୍ଷକ ମହାସଂଘ ର ସମସ୍ତ ଶିକ୍ଷକ ମାନେ ଉପସ୍ଥିତ ରହି ଥିଲେ କାର୍ଯ୍ୟକ୍ରମକୁ ଶିକ୍ଷକ ରଜତ ମହାରଣା ପରିଚାଳନା କରିଥିବା ବେଳେ ଶିକ୍ଷକ ରମେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।