କେସିଙ୍ଗା ( ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିଲକୁଲ ଭି ଭଲ ନାହିଁ ।କେଉଁଠି ଶ୍ରେଣୀଗୃହ ର ଅଭାବ ତ କେଉଁଠି ଶିକ୍ଷକ ଅଭାବ ।କେଉଁଠି ଛାତରୁ ପାଣି ଗଲୁଛି ତ କେଉଁଠି ଗୋଟିଏ ଶ୍ରେଣୀ ଗୃହ ରେ ଜଣେ ଶିକ୍ଷକ ୮ ଟି ଶ୍ରେଣୀ ର ଛାତ୍ର ଛାତ୍ରୀ କୁ ପାଠ ପଢ଼ାଉଛନ୍ତି ।ଏଭଳି ଭାବେ ଚାଲିଛି କେସିଙ୍ଗା ବ୍ଲକ୍ ଶିକ୍ଷା ବ୍ୟବସ୍ଥା ।
ଆଜି ଏହି ଭଳି ଏକ ଅଭିଯୋଗ କୁ କେନ୍ଦ୍ର କରି କେସିଙ୍ଗା ବ୍ଲକ ପରେଲ୍ ସିଙ୍ଗା ପଞ୍ଚାୟତ ର ସଂରା ପଦର ଗାଁ ପ୍ରାଥମିକ ବିଦ୍ୟାଳୟ ରେ ତାଲା ମାରିଥିଲେ ଗ୍ରାମ ବାସି ।ଗ୍ରାମ ବାସି ଙ୍କ ଅଭିଯୋଗ ଅନୁଯାୟୀ ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ ୮ ଟି ଶ୍ରେଣୀ ର ଛାତ୍ର ଛାତ୍ରୀ ଶିକ୍ଷା ଦାନ ବ୍ୟବସ୍ଥା ଥିବା ବେଳେ କେବଳ ୩ ଜଣ ଶିକ୍ଷକ ରହିଛନ୍ତି ।ବିଦ୍ୟାଳୟ ରେ ସମୁଦାୟ ୧୧୮ ଜଣ ଛାତ୍ର ଛାତ୍ରୀ ଶିକ୍ଷାଦାନ କରିଥିବା ବେଳେ ତାଙ୍କ ବସିବା ପାଇଁ ରହିଛି ୪ ଟି ଶ୍ରେଣୀଗୃହ ତହିଁ ମଧ୍ୟ ରୁ ଗୋଟିଏ କୋଠରୀ ରେ ମଧ୍ୟାହ୍ନ ଭୋଜନ ଚାଉଳ ରହିଥିବା ଯୋଗୁଁ କେବଳ ତିନୋଟି ଶ୍ରେଣୀଗୃହ ରେ ୮ ଟି ଶ୍ରେଣୀ ର ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ।
୧୧୮ ଛାତ୍ର ଛାତ୍ରୀ ଙ୍କୁ ତିନିଟି ଶ୍ରେଣୀ ଗୃହ ରେ ତିନୋଟି ଶିକ୍ଷକ କେଉଁ ଭଳି ଭାବେ ଶିକ୍ଷା ଦାନ କରୁଥିବେ ତାହାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି । ଦୁଇ ଜଣ ଶିକ୍ଷକ ଙ୍କୁ
ଡେପୁଟେସନ୍ ରେ କହିକି ପଠା ଗଲା ତାହା ପ୍ରଶ୍ନବାଚୀ? ବିଦ୍ୟାଳୟ ର ସି ଆର୍ ସି ଙ୍କ ଲିଖିତ ପ୍ରତିଶୃତି ପରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ର ତାଲା ଖୋଲିଥିବା ଦେଖିବାକୁ ମିଳିଥିଲା ।