ଭଦ୍ରକ : (ଶ୍ୟାମସୁନ୍ଦର ଦାସ )୭୮ ତମ ସ୍ବାଧିନତା ଦିବସରେ ନୁତନ କରି ଆଗରପଡ଼ା କୁପାରୀ ଛକ ନିକଟରେ ଉଦ୍ଘାଟନ ହେଲ ଜରା ନିବାସ। ଅବହେଳିତ ,ନିର୍ଯାତିତ, ଅସହାୟ , ଦିବ୍ୟଙ୍ଗ ଲୋକମାନଙ୍କୁ ଆଶ୍ରୟ ଦେବାପାଇଁ ମହାନ ପ୍ରୟାସ କରିଛନ୍ତି ଗୋପୀନାଥ ଜରା ନିବାସ ର ପ୍ରତିଷ୍ଠାତା ସାବିତ୍ରୀ ନାୟକ । ସେ ଜଣେ ଅବସରପ୍ରାପ୍ତ ଷ୍ଟାଫ୍ ନର୍ସ ଅଟନ୍ତି । ଚାକିରି କରୁଥିବା ସମୟରେ ଯେଉଁଭଳି ସେବାରେ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ .
ଚାକିରି ପରେବି ସେଇଭଳି ସମାଜସେବାରେ ନିଜକୁ ଲିପ୍ତ ରଖିଛନ୍ତି । ନିଜର ସମସ୍ତ କଷ୍ଟ ଅର୍ଜିତ ଧନକୁ ସମାଜସେବା କରିବାପାଇଁ ଗୋପୀନାଥ ଜରା ନିବାସକୁ ଦାନ କରିଛନ୍ତି । ଏହି ମହାନ ମାନବିକତାକୁ ଏହି ଅଞ୍ଚଳ ସହ ସାରା ଓଡ଼ିଶାରେ ପ୍ରଶଂସାର ସୁଅ ଛୁଟୁଛି ।
ଏହି ଜରାନିବାସ କୁ ଉଦ୍ଘାଟନ କରିଥିଲେ ଆଗରପଡ଼ା ଗୋଷ୍ଠି ସ୍ଵସ୍ଥକେନ୍ଦ୍ରର ଅଧିକାରୀ ଡାକ୍ତର ମନୋଜ ପତି, ସଭା ପରିଚାଳନା କରିଥିଲେ ସଭାପତି ପ୍ରଶାନ୍ତ କୁମାର ଦାଶ, ଅତିଥି ଭାବେ ଯୋଗଦେଇଥିଲେ ସମାଜସେବୀ ନୃସିଂହ ମିଶ୍ର ,ସମାଜସେବୀ ପ୍ରତିଭା ରାୟ , ହୋମିଓପାଥିଓ ଡାକ୍ତର ସରୋଜିନୀ ବାରିକି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ସରପଞ୍ଚ ପ୍ରକାଶ ବିଶ୍ବାଳ, ସମାଜସେବୀ ଜଇନୁଲ୍ ଆବେଦିନ୍, ସନ୍ତୋଷ ପୁହାଣ, ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ,ସନ୍ତୋଷ ନାୟକ,ବିଷ୍ଣୁ ସାହୁ,ପାପୁନୁ ଦାଶ, ପ୍ରମୁଖ ପରିଚାଳନାରେ ସହୋଜୋହ କରିଥିଲେ।