ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ):ଉପାନ୍ତ ଅଂଚଳରେ ପହଁଚିଲା ପ୍ରାଣୀ ଚିକିତ୍ସା ବିଭାଗ l ଚିକିତ୍ସା ସହିତ ଚାଷୀଙ୍କୁ କରିଲା ସଚେତନତା l ସୂଚନା ଅନୁଯାଇ ଆଜି ହରଭଙ୍ଗା ବ୍ଲକ ଉପାନ୍ତ ଅଞ୍ଚଳ କୁସଙ୍ଗ ପଞ୍ଚାୟତ ଅଲତସରା ଗ୍ରାମରେ ପ୍ରାଣୀ ପାଳନ ବିଭାଗ ହରଭଙ୍ଗା ଓ କୃଷି ବିଜ୍ଞାନ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ପ୍ରାଣୀ ସମ୍ପଦ ଚିକିତ୍ସା ଶିବିର, ପି. ପି. ଆର. ରୋଗ ନିରାକରଣ ଓ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ ରେ ଗୃହ ପାଳିତ ପଶୁ ଙ୍କୁ ବର୍ଷା ଦିନରେ ହେଉଥିବା ପି. ପି. ଆର ଓ ବିଭିନ୍ନ ରୋଗ ର ଟୀକା କରଣ କରିବା ସହିତ ଚାଷୀ ଙ୍କୁ ସରକାରଙ୍କ ନୂତନ ପ୍ରଣାଳୀର ଗୃହ ପାଳିତ ପଶୁ ଚାଷ ଯଥା, କୁକୁଡ଼ା ପାଳନ, ଗୋ ପାଳନ, ଛେଳି, ମେଣ୍ଢା ପାଳନ ସହିତ ଛତୁ ଚାଷ ଏବଂ ଚାଷୀ ଙ୍କୁ ମିଳୁଥିବା ସରକାରୀ ରିହାତି ଉପରେ ଆଲୋଚନା କରିଥିଲେ l

ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. ତପନ କୁମାର ଦ୍ବିବେଦୀ, ସମ୍ମାନିତ ଅତିଥିଭାବେ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ବୌଦ୍ଧ ବରିଷ୍ଠ ବୈଜ୍ଞାନିକ -ତପନ କୁମାର ଦାସ, କୃଷି ବିଜ୍ଞାନ କେନ୍ଦ୍ର ବୌଦ୍ଧ ବୈଜ୍ଞାନିକ -ମୟୂରୀ ସର୍ଦାର, ଅନ୍ୟତମ ଅତିଥିଭାବେ ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି, ହରଭଙ୍ଗା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରିୟବ୍ରତ ବେହେରା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ହରଭଙ୍ଗା ଡା. ପ୍ରତିଭା ପାଢ଼ୀ ଉପସ୍ଥିତ ରହି ଚାଷୀଙ୍କୁ ବିଭିନ୍ନ ଚାଷ ଉପରେ ଅବଗତ କରାଇଥିଲେ l ଗ୍ରାମରେ 200ରୁ ଉର୍ଦ୍ଧ ଗୃହ ପାଳିତ ପଶୁ ଙ୍କୁ ଟୀକା କରଣ ପରେ ରୋଗ ନିରାକରଣ ଔଷଧ ଚାଷୀଙ୍କୁ ବଣ୍ଟନ କରିଥିଲେ l