ହରଭଙ୍ଗା(ଚିତ୍ତରଞ୍ଜନ ସିଂ) ବ୍ଲକ ଅନ୍ତର୍ଗତ ପଦ୍ମନପୁର ପଂଚାୟତ ଗୋଛାପଡା ଗ୍ରାମରୁ ସୁନାହଣ୍ଡା କୋଡିବା ସନ୍ଦେହରେ ରବିବାର ରାତିରେ ୬ ଜଣଙ୍କୁ ଜହ୍ନ।ପଙ୍କ ପୁଲିସ ଅଟକ ରଖିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗ୍ରାମର ଅଯୋଧ୍ୟା ବାରିକ ଓ ତାଙ୍କ ପରିବାର ଦୀର୍ଘ ଦିନ ହେଲା ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସହରାପାଲି ଗ୍ରାମରେ ରହୁଥିଲେ।
ତେବେ ଆଜି ସନ୍ଧ୍ୟାରେ ଅଯୋଧ୍ୟାଙ୍କ ସ୍ତ୍ରୀ ଓ ଝିଅ ଜଗତସିଂହପୁର ଜିଲ୍ଲାର 4 ଜଣଂକୁ ନେଇ ନିଜ ଭଙ୍ଗା ଘରେ ପହଂଚି ମଞ୍ଚା ତଳେ ଏକ ଗାତ ଖୋଲୁଥିବା ବେଳେ ଗ୍ରାମବାସୀ ଜାଣି ପାରି ଜହ୍ନ। ପଙ୍କ ଫାଣ୍ଡିକୁ ଖବର ଦେଇଥିଲେ। ଜହ୍ନ। ପଙ୍କ ଫାଣ୍ଡି ପକ୍ଷପାତିତା କରୁଥିବା ସନ୍ଦେହ କରି ବୌଦ୍ଧ ଆଇ ଆଇ ସି ଙ୍କୁ ଖବର କରିଥିଲେ।
ଘଟଣା ସ୍ଥଳରେ ବୌଦ୍ଧ ପିସିଆର ପୁଲିସ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ୬ ଜଣଙ୍କୁ ଜହ୍ନ। ପଙ୍କ ଫାଣ୍ଡିକୁ ଆଣି ଅଟକ ରଖିଥିବା ଜଣା ପଡିଛି। ତେବେ କାହିଁକି ଏବଂ ରାତିରେ ଏମାନଙ୍କୁ ଅଣାଯାଇଥିଲା ତାହା ତଦନ୍ତ କଲେ ଜଣା ପଡିବ।