ହରଭଙ୍ଗା :19/08(ଚିତ୍ତ ରଞ୍ଜନ ସିଂ ).ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର l ସବୁ ଧର୍ମକୁ ସମାନ ଅଧିକାର ଓ ସମ୍ମାନ ଦେବା ଆମର କର୍ତ୍ତବ୍ୟ ଏବଂ ସମ୍ବିଧାନ ମତ l ସେହିପରି ମହିମା ଧର୍ମ ବି ଆମ ଦେଶ ରାଜ୍ୟ ରେ ପ୍ରଚାର ପ୍ରସାର ବହୁଳ ମାତ୍ରାରେ ହେଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସତ୍ୟ ମହିମା ଧର୍ମ ଧାମ ରାମଗଡ ପଞ୍ଚାୟତ କୋଇଲିସୁତା ଧ୍ଵନି ମନ୍ଦିର ମହିମା ଆଶ୍ରମ ଠାରେ ଧର୍ମର ସର୍ବ ଶ୍ରେଷ୍ଠ ମେଳା ନବାନ୍ନ ମହୋତ୍ସବ ଚଳିତ ବର୍ଷ 17ତମ ଶ୍ରାବଣ ମେଳା ନବାନ୍ନ ମହୋତ୍ସବ ବହୁ ଧୁମଧାମ ରେ ପାଳିତ ହୋଇଛି l
ଶ୍ରାବଣ ମାସର ଚତୁର୍ଦଶୀ ରେ ଏହି ପର୍ବ ହେଉଥିବା ବେଳେ ସବୁ ମହିମାଧର୍ମାବଲମ୍ବୀ ଭକ୍ତ ଏହି ଦିନ ପୁଣ୍ୟ ଶୂନ୍ୟବାସୀ ଅଲେଖ ମହିମା ଙ୍କୁ ନୂଆ ଅନ୍ନ ଭୋଗ ଟେକି ନୂଆ ଖାଇଥାନ୍ତି l ଏହି ଦିନ ସମସ୍ତ ଭକ୍ତ ମହିମା ମଠ ଠାରେ ହିଁ ନୂଆ ଖାଇବାର ରୀତିନୀତି ଥୁବାରୁ କୋଇଲିସୁତା ଠାରେ ଥିବା ମହିମା ଧର୍ମ ମଠରେ ଜିଲ୍ଲା ତଥା ଜିଲ୍ଲା ବାହାର ଅନାଗୁଳ, ଫୁଲବାଣୀ, ନୟାଗଡ଼, ସୋନପୁର ଆଦି ଜିଲ୍ଲାରୁ ହଜାର ହଜାର ମହିମା ଧର୍ମରେ ଦୀକ୍ଷିତ ହୋଇଥିବା ଧର୍ମାବାଲମ୍ବୀ ଙ୍କ ଗହଳି ଲାଗି ରହିଥିଲା l
ପ୍ରାତଃ ରୁ ରୀତିନୀତି ଅନୁଯାଇ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚନା କରି 24ପ୍ରହର ନାମ ଯଜ୍ଞ, ଅନ୍ନ ଯଜ୍ଞ ଘୃତ ଯଜ୍ଞ ସହିତ ସାରା ରାତ୍ରି ଅଷ୍ଟ ପ୍ରହର ଧ୍ଵନି ମନ୍ଦିରରେ ଧ୍ଵନି ଲଗାଯାଇ ଜଗତ ଓ ଭକ୍ତ ଙ୍କ କୁଶଳ ମାନସୀ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ମଠ ର ମଠାଧୀଶ ଆବାଲ୍ୟ ବ୍ରହ୍ମଚାରୀ ନିରଞ୍ଜନ ଦାସ ଙ୍କ ତତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଧର୍ମାବଲମ୍ବୀ ଭକ୍ତ ଓ କୋଇଲିସୁତା ଗ୍ରାମବାସୀ ଉକ୍ତ କାର୍ଯ୍ୟକ୍ରମ ରେ ସାହାଯ୍ୟ ଓ ସହଯୋଗ କରିଥିଲେ ଲ ସେହିପରି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ଙ୍କ ସମାଗମ ସହିତ କାଉଡ଼ିଆ ମାନେ ଜଳଲାଗି କରିଥିଲେ।